ତାଳଚେର,: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଓଡିଶା ବିଜେପିର ପ୍ରାଣ ପ୍ରତିଷ୍ଠାତା ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କର ବିୟୋଗରେ ସମଗ୍ର ଦେଶରୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର କାର୍ଯ୍ୟକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରବିବାର ଡ଼ଃ ପ୍ରଧାନ ରହୁଥିବା ତାଳଚେର ହାଣ୍ଡିଧୂଆଁ ନିବାସ ସମ୍ପୂର୍ଣ ଭାବେ ଦିନ ତମାମ ଲୋକାରଣ୍ୟ ରହିଥିବାର ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ରାଜ୍ୟରୁ ଶହ ଶହ ସଂଖାରେ ବିଶିଷ୍ଟ ବ୍ୟକ୍ତିଙ୍କର ସୁଅ ଛୁଟୁଛି ଡ଼ଃ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ । ଡ଼ଃ ପ୍ରଧାନଙ୍କ ବିୟୋଗର ଆଜି ସାତ ଦିନ ବିତି ଯାଇଥିଲା ବେଳେ ଭୁବନେଶ୍ୱର, ତାଳଚେରର ହାଣ୍ଡିଧୂଆଁ ଓ ଦିନ ଦୟାଲ ନଗର ବାସ ଭବନକୁ ସୁଅ ଛୁଟୁଛି ରବିବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ଉପ ମୁଖ୍ୟମନ୍ତ୍ରୀ ପ୍ରେମ ଚାନ୍ଦ ବେରୱା, ବାଚସ୍ପତି ବାସୁଦେବ ଦେବନାନୀ, ଅଜମେର ରାଜସ୍ଥାନ ଡେପୁଟି ମେୟର ନିରୋଜ ଜେନ, ବିହାରର ଆଇନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେ, ହରିୟାଣାର ପଞ୍ଚୟତ ରାଜ ଓ ଖଣି ମନ୍ତ୍ରୀ କ୍ରିଷ୍ଣ ଲାଲ ପାନୱାର, ଆସାମ ଇନଚାର୍ଯ୍ୟ ପ୍ରାକ୍ତନ ସାଂସଦ ହରିଶ ଦ୍ୱିବେଦୀ, ଓଡିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ସମେତ ବହୁ ବିଧାୟକ ପ୍ରାକ୍ତନ ସାଂସଦ, ବିଧାୟକ ଓ ପାର୍ଟିର ସଂଗଠକ ବିଭିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା, ବିଭିନ୍ନ ଅନୁଷ୍ଠାନ, ଆଦିତ୍ୟ ବାହିନୀର ପ୍ରଦେଶ ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର, ପଣ୍ଡିତ ରୋହିତ ଦାସ, ଜିଲ୍ଲା ପ୍ରମୁଖ ବିଜୟ ତ୍ରିପାଠୀ, ବିଏମଏସର ରାଷ୍ଟ୍ରୀୟ ସମ୍ପାଦକ ରାମ ନାଥ ଗଣେଶ ଓ ଭେଲୁ ରାଧାଜ୍ରିସ୍ନାନ, ତାଳଚେର ତଥା ଅନୁଗୁଳ ଜିଲ୍ଲାର ସାମ୍ବାଦିକ ସମୂହ ଡ଼ଃ ପ୍ରଧାନଙ୍କ ନିବାସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ମାତା ବସନ୍ତ ମଞ୍ଜରୀ ପ୍ରଧାନ ଓ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସେହିଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଶିଷ୍ଟ ବ୍ୟକ୍ତିମାନେ ଓ ଡ଼ଃ ପ୍ରଧାନଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବହୁ ସଂଖାରେ ଆସୁଛନ୍ତି ।