ବିରଞ୍ଚିପୁର ପଞ୍ଚାୟତ ଦ୍ବାରା ବିଭିନ୍ନ ମୌଳିକ ସମସ୍ୟା ନେଇ ଶତାଧିକ ପୁରୁଷ ଓ ମହିଳାଙ୍କ ବ୍ଲକ ଘେରାଉ

ଗଞ୍ଜାମ:-ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବିରଞ୍ଚିପୁର ଗ୍ରାମପଞ୍ଚାୟତ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନହେବା ଏବଂ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ରେ ଅତିଷ୍ଟ ହୋଇ ଶତାଧିକ ପଞ୍ଚାୟତ ବାସି ଏକତ୍ରିତ ହୋଇ ବ୍ଲକ ଅଫିସ ଘେରାଉ ସହିତ ବିଡିଓ ଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି, ସରକାର ଗ୍ରାମାଞ୍ଚଳ ର ବିକାଶ ପାଈଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ବିରଞ୍ଚିପୁର ପଞ୍ଚାୟତ ପାଈଁ ବିକାଶ ସାତ ସପନ ପାଲଟିଥିବା ଅଭିଯୋଗ ହୋଇଛି,ଯଦି ସାତଦିନ ମଧ୍ୟରେ ଏହାର ସମାଧାନ ନ ହୁଏ ତେବେ ପଞ୍ଚାୟତ ବାସି ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଥିବାବେଳେ ସାତଦିନ ମଧ୍ୟରେ ଏହାର ସମାଧାନ କରି ବିକାଶ ମୂଳକ କାର୍ଯ୍ୟ ସହିତ ତ୍ୱରାନ୍ୱିତ କରାଯିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର କହିଛନ୍ତି ।

#contradiction-blocksurroundingreport #socialwork #blockoffice #biranchipur #buguda #ganjam #odisha #dumanikhabar
Comments (0)
Add Comment