ବାପାଙ୍କ ଶୁଦ୍ଧି କ୍ରିୟାପାଇଁ ଦୁଇ ଝିଅ ଭିକ୍ଷା ମାଗିବା ଘଟଣା

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବଢ଼ାଇଲେ ପୂର୍ଣ୍ଣ ସହଯୋଗର ହାତ
ଡେରାବିଶ:-୬ମାସ ପୂର୍ବରୁ ମା ଓ ୯ଦିନ ତଳେ ପିତାଙ୍କ ଅକାଳ ବିୟୋଗ ପରେ ଏକ ପ୍ରକାରର ଅସହାୟ ହୋଇପଡିଥିବା ଦୁଇ ନାବାଳିକା ଝିଅ ନିଜ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ଭିକ୍ଷା ମାଗିବା ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳ ପଂଚାୟତ ଅଢ଼ଙ୍ଗା ଗାଁର ମୃତ ଗୌତମ ଜେନାଙ୍କ ପରିବାରରେ ଘଟିଯାଇଥିବା ବେଳେ ଗୋଟିକ ପରେ ଗୋଟିଏ ଏଭଳି ଅଘଟଣ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲାl ୬ମାସ ତଳେ ଦିନ ମଜୁରିଆ ମୃତ ଗୌତମଙ୍କ ହାତ ଛାଡି ଚାଲିଯାଇଥିଲେ ଧର୍ମପତ୍ନୀ ପ୍ରଭାତୀ l
        ଅଜଣା ରୋଗରେ ପୀଡିତା ପ୍ରଭାତୀ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିବାର ସ୍ଥାନୀୟ ଲୋକେ କହୁଥିବା ବେଳେ ମାଆର ମୃତ୍ୟୁକୁ ୬ମାସ ନପୁରୁଣୁ ବାପାଙ୍କ ମୃତ୍ୟୁ ଦୁଇ କନ୍ୟାଙ୍କ ପାଇଁ ଆଣୀଥିଲା ଦୁଃଖର ପାହାଡ଼।ମାଆ ପରେ ବାପାଙ୍କ ଶୁଦ୍ଧକ୍ରିୟା ପାଇଁ ୧୩ବର୍ଷ ନାବାଳିକା କନ୍ୟା ରୁପାଲୀ ଓ ୯ବର୍ଷର ସାନ ଝିଅ ପ୍ରଭାସିନୀ ଘର ଘର ବୁଲି ଭିକ୍ଷା ମାଗିବା ଘାଟଣାର ଖବର ପ୍ରସାରିତ ହେବା ପରେ ଖବର ଯାଇଁ ପହଞ୍ଚିଥିଲା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଖରେ। ଶ୍ରୀଯୁକ୍ତ ପଣ୍ଡା ଏହି ଖବର ପାଇବା ମାତ୍ରେ ଜିଲ୍ଲା ପ୍ରସାଶନ ଓ ବ୍ଲକ୍ ପ୍ରଶାସନକୁ ଅବଗତ କରାଇବା ପରେ ଅନାଥ ଦୁଇ କନ୍ୟାଙ୍କ ଘରେ ଆଜି ପହଞ୍ଚି ଥିଲେ ଡେରାବିଶ ବ୍ଲକ ବିଡିଓ ନମିତ ବାରିକ୍ ଓ ତହସିଲଦାର ସରୋଜ କୁମାର ସାହୁ |
         ଦୁଇ ନାବାଳିକାଙ୍କୁ ଜିଲ୍ଲା ରେଡ୍ କ୍ରସ୍ ପକ୍ଷରୁ ୧୦ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଅନ୍ତର୍ଦ୍ୱୟ ଗୃହ ସହିତ ଦୁଇଙ୍କୁ ବିପିଲ୍ ରେ ଅନ୍ତର୍ଭୁକ୍ତ କରାଯାଇ ମାସିକ ୩୫କିଲୋ ଚାଉଳ ଯୋଗାଇ ଦେବାକୁ ବିଡ଼ିଓ ଶ୍ରୀମତୀ ବାରିକ୍ ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବା ସହ ଦୁଇ ନାବାଳିକାଙ୍କ ଶିକ୍ଷା କ୍ଷେତ୍ରରେ ଶ୍ରୀଯୁକ୍ତ ପଣ୍ଡା ପୂର୍ଣ୍ଣ ରୁପେ ସବୁ ପ୍ରକାରର ସହଯୋଗର ହାତ ବଢ଼ାଇବା ନେଇ ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି ବ୍ରଜେଶ୍ କୁମାର ନାୟକଙ୍କ ପକ୍ଷରୁ ସୂଚନା ମିଳିଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜୋନ୍ ନଂ ୧୪ର ମଣ୍ଡଳ ସଭାପତି ତାପସ ନାୟକ, ସୁରେନ୍ଦ୍ରନାଥ ପାଲ୍, ଜନ୍ମେଜୟ ଜେନା,ପ୍ରଶାନ୍ତ ସାମନ୍ତରାୟ, ସୁନୀଲ ରାଉତରାୟ, ଦୀପକ ରଂଜନ ମହାନ୍ତି, ଜ୍ଞାନରଞ୍ଜନ ସ୍ୱାଇଁ, ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।
#politicalreport #kendrapadamp #kendrapara #odisha #dumanikhabar
Comments (0)
Add Comment