ନୂଆଦିଲ୍ଲୀ, : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳତା ବିଶ୍ୱର ବହୁ ଦେଶକୁ ଚକିତ କରିଦେଇଛି । ଏହି ଅପରେସନରେ ଭାରତୀୟ ସେନା ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉପଯୋଗ କରି ପାକିସ୍ତାନର ସାଧାରଣ ଲୋକ କିମ୍ବା କୌଣସି ପ୍ରତିଷ୍ଠାନକୁ କ୍ଷତି ପହଞ୍ଚାଇବା ବିନା କେବଳ ଆତଙ୍କବାଦୀଙ୍କୁ ନିଶାଣ କରି ଯେଭଳି ସଫଳତା ହାସଲ କରିଛି ତାହା ବହୁ ଦେଶକୁ ସ୍ତବ୍ଧ କରିଦେଇଛି । ନିର୍ଭୁଲ ଏବଂ ପୂର୍ଣ୍ଣ ସଠିକତା ସହ ବ୍ରହ୍ମୋସ୍ ପାକିସ୍ତାନର ବହୁ ଆତଙ୍କବାଦୀ ଆଡ୍ଡାକୁ ଧୂଳିସାତ୍ କରିବା ସହିତ ଆକ୍ରମଣରେ ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରିବା ଘଟଣା ଏହି କ୍ଷେପଣାସ୍ତ୍ର ପ୍ରତି ଚାହିଦା ବୃଦ୍ଧି କରିଛି । ରୁଷିଆ ସହଯୋଗରେ ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ବିକାଶ କରିଥଳବା ବ୍ରହ୍ମୋସକୁ କ୍ଷେପଣାସ୍ତ୍ର ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରିବା ସହିତ ଏହାର ସୁପରସୋନିକ ଗତି ଏବଂ ଲକ୍ଷ୍ୟସ୍ଥଳ ଭେଦ କରିବା କ୍ଷମତା ଅତୁଳନୀୟ ରହିଛି । ଯାହାକୁ ଭାରତୀୟ ସେନା ଅପରେସନ ସିନ୍ଦୁରରେ ପ୍ରମାଣିତ କରିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଫିଲିଫାଇନ୍ସ ଠାରୁ ଆରମ୍ଭ କରି ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ, ଥାଇଲାଣ୍ଡ, ସିଙ୍ଗାପୁର, ବ୍ରୁନେଇ ଭଳି ବହୁ ଏସୀୟ ରାଷ୍ଟ୍ର ଭାରତରୁ ବ୍ରହ୍ମୋସ୍ କିଣିବାକୁ ଧାଡ଼ି ଲଗାଇଛନ୍ତି । ସେହିପରି ଦକ୍ଷିଣ ଆମେରିକାର ବ୍ରାଜିଲ, ଚିଲି, ଆର୍ଜେଣ୍ଟିନା ଏବଂ ଭେନେଜୁଏଲା ଭଳି ରାଷ୍ଟ୍ର ଭାରତରୁ ଏହି କ୍ଷେପଣାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା ବେଳେ ଇଜିପ୍ଟ, ସାଉଦି ଆରବ, ୟୁଏଇ, କାତାର ଏବଂ ଓମାନ ଭଳି ବହୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ମଧ୍ୟ ବ୍ରହ୍ମୋସ୍ କିଣିବାକୁ ଭାରତ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିବା କୁହାଯାଇଛି । ଉଲ୍ଲେଖୋଯାଗ୍ୟ ଯେ, ଭାରତର ଅତ୍ୟନ୍ତ ଦ୍ରୁତଗାମୀ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ଭାବେ ବ୍ରହ୍ମୋସ୍ର ପ୍ରଥମ ପରୀକ୍ଷଣ ୨୦୦୧ରେ କରାଯାଇଥଳଲାୟ ଏହାର ଗତି କରିବାର କ୍ଷମତା ଶବ୍ଦ ଗତି ଠାରୁ ତିନିଗୁଣ ଅଧିକ ରହିଛି ।