ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ସହରର କାଳୀ ଛକ ଠାରେ ଗତ ୮ ତାରିଖରୁ ମା’ ଶ୍ୟାମା କାଳୀଙ୍କ ପୂଜା ଆରମ୍ଭ ହୋଇଥିଲା।ବୁଧବାର ମା’ଙ୍କ ଭସାଣି ଉତ୍ସବ ବାଲିମେଳା ଏନଏସି ଅଧକ୍ଷ ପ୍ରଦୀପ କୁମାର ନାୟକଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି।ସନ୍ଧ୍ୟାରେ ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ସରିବା ପରେ ଭସାଣୀ ଉତ୍ସବ ଶୋଭାଯାତ୍ରାରେ ହୋଇଥିଲା ଆଦିବାସୀ ବାଦ୍ୟ ଲୋକନୃତ୍ୟ,ଏବଂ. ଜୁନାଗଡ଼ ରୁ ଆସିଥବା କଳାକାର ମାନଙ୍କ ଦ୍ୱାରା ଅରକେଷ୍ଟ୍ର।, ଆତସବାଜି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା।ମା’ଙ୍କ ଶେଷ ଦର୍ଶନ ପାଇଁ ବାଲିମେଳା ସହରର ବିଭିନ୍ନ ଛକ ଓ ସାହିରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ଅଭିଷେକ ନାୟକ, ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ସ୍ବାଇଁ,ପୂର୍ଣ୍ଣ ଚନ୍ଦ୍ର ମୁଦୁଲୀ, ବିଜୟ କ୍ରିଷ୍ଣା ଦାସ,ଦୀପକ କୁମାର ସାହୁ, ଦିଲୀପ କୁମାର ଦାସ ପ୍ରଶାନ୍ତ କୁମାର ରାଉଳ, ଅକ୍ଷୟ ମହାରଣା, ପୁରସ୍ତମ ମୁଦୁଲୀ, ପୂର୍ଣ୍ଣ ଚନ୍ଦ୍ର ଖରାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହାର ସୁପରିଚାଳନା କରିଥିଲେ।ଶାନ୍ତିଶୃଙ୍ଖଳା ନିମନ୍ତେ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦ୍ଧେଶ କ୍ରମେ ମା’ଙ୍କ ଶୋଭାଯାତ୍ରା ସମେତ ସହରରେ ସୁରକ୍ଷା କଡାକଡ଼ି କରାଯାଇଥିଲା।