ଅସ୍ତରଙ୍ଗରେ ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣୀ

ଜିଲ୍ଲାପାଳ ଓ ଏସପି ଅନୁପସ୍ଥିତ, ଅଭିଯୋଗ କମୁଛି ମାତ୍ର ୩୬ ଟି ଅଭିଯୋଗ ଗ୍ରହଣ

0 2
ଅସ୍ତରଙ୍ଗ:- ଆଜି ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି | ଅଭିଯୋଗ କରିବାକୁ ଆସିଥିବା ବ୍ୟକ୍ତିବିଶେଷ ବାହାରେ ନିଜର ନାମ ପଞ୍ଜିକରଣ କରି ଅଭିଯୋଗ କରିଥିଲେ | ମାତ୍ର ୩୬ ଟି ଅଭିଯୋଗ ଗ୍ରହଣ ହୋଇଥିଲା ବେଳେ କରି ତାକୁ ତର୍ଜମା କରିବା ସହ  ଜଣ ଜଣକୁ ବ୍ୟକ୍ତିଗତ ଭାବେ ଡାକି ଅଭିଯୋଗ ଶୁଣିବା ଓ ଆବଶ୍ୟକ ସ୍ଥଳେ ସମାଧାନ ପାଇଁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଏହାକୁ ହସ୍ତାନ୍ତର କରାଯାଇଥିଲା | ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା  ଅଭିଯୋଗ ଶୁଣାଣି କରିଥିଲେ |
           ଅଭିଯୋଗ ମଧ୍ୟରେ ଭତ୍ତା,ପାନୀୟ ଜଳ ସମସ୍ୟା,ଶିକ୍ଷା,ସ୍ୱାସ୍ଥ୍ୟ,ଉନ୍ନୟମୂଳକ କାର୍ଯ୍ୟ,ଜବରଦଖଲ ଉଛେଦ ପ୍ରକ୍ରିୟାରେ ବିଳମ୍ବ ,ଅବକାରୀ,ମିଶନ ଶକ୍ତି,ସମ୍ମନିତ୍ବ ମହିଳା ଶିଶୁ ବିକାଶ , ଜଳସେଚନ ବିଭାଗ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବା, ପରିବହନ ବିଭାଗ ସମେତ ଅନ୍ୟାନ୍ୟ ସମସ୍ୟାକୁ ଭିତିକରି ଲୋକମାନେ ଅଭିଯୋଗ କରିଛନ୍ତି | ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା | ଏଥିସହ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ କେତେକ ଅଭିଯୋଗକୁ ସମ୍ପୃକ୍ତ ବିଭାଗର ମୁଖ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି |
          ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ନାୟକ,ଅସ୍ତରଙ୍ଗ ବିଡ଼ିଓ ସସ୍ମିତା ବେହେରା, ନିମାପଡା ଏସ୍ଡିପିଓ ଜନାର୍ଦନ ପାଢ଼ୀ ,ଅସ୍ତରଙ୍ଗ  ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି,ଜିଲ୍ଲା ଓ ବ୍ଲକସ୍ତରୀୟ ବିଭାଗର ପଦାଧିକାରୀ ଅଧିକାରୀମାନେ ଯୋଗଦେଇଥିଲେ | ସବୁଠାରୁ ବଡ଼କଥା ହେଲା  ଅଭିଯୋଗ ଶୁଣାଣି କାର୍ଯ୍ୟ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ହୋଇଥିଲା ବେଳେ ଏଥର ଅଭିଯୋଗ ସଂଖ୍ୟା କମିଛି |ସକାଳୁଆ ଅଫିସ୍ ,ପ୍ରବଳ ଗୁଳୁଗୁଳି , ବାରମ୍ବାର ଅଭିଯୋଗ କରି ସମାଧାନ ନହେବା, ଜନଶୁଣାଣୀରେ  ଜିଲ୍ଲାପାଳ ଓ ଏସପିଙ୍କ ଅନୁପସ୍ଥିତ ଦେଖି ବହୁ ଲୋକ ଅଭିଯୋଗ କରିବାକୁ ଅନିଚ୍ଛା ପ୍ରକାଶ କରିଆସୁଛନ୍ତି | ଅଭିଯୋଗ ସମାଧାନ ହେଉ କି ନହେଉ, ଲୋକଙ୍କର ଆଶା ଜିଲ୍ଲାପାଳଙ୍କୁ ଭେଟି ନିଜର ଦୁଃଖ ଜଣାଇଲେ ଏକ ପ୍ରକାର ସାନ୍ତ୍ୱନା ମିଳିବ |କିନ୍ତୁ ଜିଲ୍ଲାପାଳଙ୍କ  ଅନୁପସ୍ଥିତ ଦେଖି କେତେକ ଅଭିଯୋଗକାରୀ  ମୁହଁ ଫେରାଇବା ଓ ଜନଶୁଣାଣୀ କାର୍ଯ୍ୟକ୍ରମ ଏକ ପ୍ରହାସହନରେ ପରିଣତ ହୋଇଛି ବୋଲି କେତେକ କୁହନ୍ତି |
Leave A Reply

Your email address will not be published.