୭ ଜଣ ମାନସିକ ଭିନ୍ନକ୍ଷମ ଙ୍କୁ ଉଦ୍ଧାର ଓ ଥଇଥାନ କଲା ବ୍ୟାସ ଫାଉଣ୍ଡେସନ : ସ୍ନେହମୟୀ ଙ୍କ ସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା

0 4

ପାରାଦୀପ :- ଦୀର୍ଘ ବର୍ଷ ହେବ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଙ୍କ ସେବା କାର୍ଯ୍ୟ ନିର୍ଦ୍ଦିଷ୍ଟ ଭାବେ ଅସହାୟ ମାନସିକ ଭିନ୍ନକ୍ଷମ ଙ୍କୁ ଉଦ୍ଧାର, ଚିକିତ୍ସା ଓ ଥଇଥାନ ବ୍ୟବସ୍ଥା ସାଧାରଣରେ ବେସ ଲୋକାଦୃତ ହୋଇପାରିଛି l ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ସଂଗଠନ ର କର୍ମକର୍ତ୍ତା ମାନେ ଗ୍ରୀଷ୍ମ ତାପ କୁ ଖାତିର ନ କରି ମାନବ ସେବା ହିଁ ମାଧବ ସେବା  ଏହି ନୀତି କୁ ବାସ୍ତବ ରେ ରୂପାୟନ କରିବା ପାଇଁ ନିଜ କାର୍ଯ୍ୟଦକ୍ଷତା ରେ ପ୍ରମାଣିତ କରିଛନ୍ତି। ସମ୍ଭବତଃ ମାନସିକ ଭିନ୍ନକ୍ଷମ ଙ୍କୁ ଉଦ୍ଧାର ଓ ଥଇଥାନ କରିବାରେ ବ୍ୟାସ ଫାଉଣ୍ଡେସନ ରାଜ୍ୟ ର ଏକ ମାତ୍ର ପ୍ରମୁଖ ସଂଗଠନ । ଏହି ପରିପ୍ରେକ୍ଷୀରେ ପାରାଦୀପ ର  ସାମ୍ବାଦିକ  ଏବଂ ଶ୍ରମିକ ନେତା ତଥା ଗ୍ରୀନ ପାରାଦୀପ ଟ୍ରଷ୍ଟ ର ସଭାପତି ରାକେଶ ପଟ୍ଟନାୟକ,ପାରାଦୀପ ବଡ଼ ପଡ଼ିଆ ବଣିକ  ସଂଘ ର ପ୍ରାକ୍ତନ ସଭାପତି କ୍ଷୀରୋଦ ଚନ୍ଦ୍ର ସ୍ୱାଇଁ  ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବୋଧାନରେ ରବିବାର ଦିନ ପାରାଦୀପ ଅଞ୍ଚଳ ରୁ ୭ ଜଣ ମାନସିକ ଭିନ୍ନକ୍ଷମ ଙ୍କୁ ଶ୍ରୀମତୀ ଆଚାର୍ଯ୍ୟ,ବ୍ୟାସ ବିଷ୍ଣୁ ସ୍ନେହ।ଳୟ ର ସଭାପତି ପଣ୍ଡିତ ଡାକ୍ତର ସିଦ୍ଧେଶ୍ୱର ପଣ୍ଡା,ଉପସଭାପତି ଶିଶିର କୁମାର କର ,ସଭ୍ୟ ବିଶ୍ୱଜିତ୍ କର, ପ୍ରମୁଖ ଉଦ୍ଧାର କରି ନୀଳାଚଳ ସେବା ପ୍ରତିଷ୍ଠାନ କଣାସ ଠାରେ ସୂଜତ୍ନ ଭାବେ ଥଇଥାନ କରିବା ରେ ସକ୍ଷମ ହୋଇପାରିଛନ୍ତି। ସାଧାରଣତଃ ଏହି ମାନସିକ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ମାନଙ୍କୁ ଦେଖିଲେ ସାଧାରଣ ରେ ମାନସିକ ଭାବେ ଏକ ଘୃଣା ଭାବ ସୃଷ୍ଟି ହୋଇଥାଏ ମାତ୍ର ସଂଗଠନ ର କର୍ମକର୍ତ୍ତା ମାନେ ଏପରି ବ୍ୟକ୍ତି ବିଶେଷ ଙ୍କୁ ଯେଉଁ ଭଳି ଭାବେ ଉଦ୍ଧାର କରୁଛନ୍ତି,ସେମାନଙ୍କ ପ୍ରତି ଉଦାର ମନୋଭାବ ପ୍ରଦର୍ଶନ କରୁଛନ୍ତି ବାସ୍ତବିକ୍ ତାହା ପ୍ରଶଂସନୀୟ। ସଂଗଠନ ର ସାଧାରଣ ସମ୍ପାଦକ ବିବେକାନନ୍ଦ ହୋତା, କୋଷାଧକ୍ଷ ଶରତ ଚନ୍ଦ୍ର ଦାଶ,ରଞ୍ଜନ କୁମାର ପ୍ରଧାନ,ଦେବେନ୍ଦ୍ର କୁମାର ମଲ୍ଲିକ,ବିଶିଷ୍ଟ ସମାଜ ସେବୀ ତଥା କୁଜଙ୍ଗ ସାଇ ମନ୍ଦିର ର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ସାମନ୍ତରାୟ ପ୍ରମୁଖ ଆଜି ର ଉଦ୍ଧାର କାର୍ଯ୍ୟ ରେ ଉପସ୍ଥିତ ନଥିଲେ ମଧ୍ୟ ଅଧ୍ୟକ୍ଷା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ଦୁଃସାହସିକ ପଦକ୍ଷେପ କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.