ଇପିଏଫ୍‌ଓରେ ଆସିଲା ନୂଆ ନିୟମ, ଆକାଉଣ୍ଟ ଥିଲେ ପରିବାରକୁ ମିଳିବ ୫୦ ହଜାର ଟଙ୍କା

0 62

ନୂଆଦିଲ୍ଲୀ, :\ ଇପିଏଫ୍‌ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇପିଏଫଓ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଇପିଏଫ୍ ଆକାଉଣ୍ଟ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ପରିବାରକୁ ୫୦ ହଜାର ଟଙ୍କା ମିଳିବ । ଇପିଏଫଓର ଏମ୍ପେ୍ଲାଇସ୍ ଡିପୋଜିଟ୍ ଲିଙ୍କଡ୍ ଇନ୍‌ସ୍ୟୁରାନ୍ସ୍ ଯୋଜନାର ନିୟମରେ ବଡ଼ ପରିବର୍ତ୍ତନ କରିଛି ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ । ଯଦି ଜଣେ କର୍ମଚାରୀଙ୍କ ପିଏଫ୍ ବାଲାନ୍ସ ୫୦,୦୦୦ ରୁ କମ୍ ଥାଏ, ତେବେ ତାଙ୍କ ମୃତ୍ୟୁ ପରେ କର୍ମଚାରୀଙ୍କ ପରିବାରକୁ ଅତି କମରେ ୫୦,୦୦୦ର ବୀମା ଲାଭ ମିଳିବ । ଇପିଏଫଓ ନିୟମ ଆନୁସାରେ, ପୂର୍ବରୁ ଏହି ଲାଭ ପାଇବା ପାଇଁ କର୍ମଚାରୀଙ୍କ ଆକାଉଣ୍ଟରେ ନିର୍ଦ୍ଦିଷ୍ଟ ବାଲାନ୍ସ ରହିବା ଆବଶ୍ୟକ ଥିଲା । କିନ୍ତୁ ବର୍ତ୍ତମାନ ଏହି ସର୍ତ୍ତକୁ ହଟାଇ ଦିଆଯାଇଛି । ଏହା କର୍ମଚାରୀମାନଙ୍କୁ ଲାଭ ଦେବ ଯେଉଁମାନେ କମ୍ ଦରମା କ୍ଷେତ୍ରରେ କାମ କରୁଛନ୍ତି । କେବଳ ଏତିକି ନୁହେଁ, ଚାକିରି ସମୟରେ ଶେଷ ପିଏଫ୍ ଅବଦାନର ୬ ମାସ ମଧ୍ୟରେ ଯଦି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ଏହି ଯୋଜନା ଅନୁଯାୟୀ ପରିବାରକୁ ମଧ୍ୟ ବୀମା ରାଶି ଦିଆଯିବ । ଏହା ବ୍ୟତୀତ, ଏବେ ୧୨ ମାସର ନିରନ୍ତର ସେବା ଗଣନା କରିବା ସମୟରେ, ଯଦି ଜଣେ କର୍ମଚାରୀଙ୍କ ଦୁଇଟି ଚାକିରି ମଧ୍ୟରେ ୬୦ ଦିନ ବ୍ୟବଧାନ ଥାଏ, ତେବେ ଏହାକୁ ଆଉ ବିରତି ଭାବରେ ବିବେଚନା କରାଯିବ ନାହିଁ । ବୀମାର ସମ୍ପୂର୍ଣ୍ଣ ଲାଭ ମିଳିବ । ଏହି ପରିବର୍ତ୍ତନ ଦ୍ୱାରା ସରକାର କର୍ମଚାରୀମାନଙ୍କୁ କେବଳ ସଞ୍ଚୟ କରିବାର ସୁଯୋଗ ଦେବା ପାଇଁ ନୁହେଁ, ବରଂ ଅସୁବିଧା ସମୟରେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି । ଏହା କର୍ମଚାରୀମାନଙ୍କୁ ମାନସିକ ଶାନ୍ତି ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବ ।

Leave A Reply

Your email address will not be published.