ବରେଲି,: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଉତ୍ତର ପ୍ରଦେଶର ବରେଲୀରେ ଥିବା ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନର ସମାବର୍ତ୍ତନ ସମାରୋହରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପଦକ ଓ ଉପାଧି ଦେଇ ସମ୍ମାନିତ କରିଥିଲେ । ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, \”ଈଶାବାସ୍ୟମିଦଂ ସର୍ବମ୍’ ବୋଲି ଯେଉଁ ଜୀବନ ମୂଲ୍ୟ ଉପରେ ଆମର ସଂସ୍କୃତି ଆଧାରିତ, ସେହି ମୂଲ୍ୟ ସମସ୍ତ ଜୀବରେ ଈଶ୍ୱରଙ୍କର ଉପସ୍ଥିତିକୁ ଦେଖିଥାଏ । ଶୁମାନଙ୍କ ସହିତ ଆମର ଦେବତାମାନେ ଓ ଋଷିମୁନିମାନେ ସଞ୍ଚାଳନା କରୁଥିଲେ ବୋଲି ଯେଉଁ ଧାରଣା ଅଛି, ସେଥିରେ ମଧ୍ୟ ଏହି ଚିନ୍ତାଧାରା ଆଧାରିତ ଅଟେ । ଭଗବାନଙ୍କର ବହୁତ ଅବତାର ମଧ୍ୟ ପଶୁ ରୂପରେ ହୋଇଛି । ସେ କହିଛନ୍ତି, \”ଏପରି ଉଦାହରଣଗୁଡ଼ିକୁ ମୁଁ ଏଠାରେ ସେଇଥି ପାଇଁ ଉଲ୍ଲେଖ କରୁଛି କାରଣ ଯେତେବେଳେ ଆପଣମାନେ ଜଣେ ଚିକିତ୍ସକ ବା ଗବେଷକ ଭାବେ କାର୍ଯ୍ୟ କରିବେ, ସେତେବେଳେ କଥା କହିପାରୁନଥିବା ପଶୁମାନଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ଆପଣଙ୍କ ମନରେ ଭାବନା ଥିବା ଉଚିତ୍ ।’ ରାଷ୍ଟ୍ରପତି କହିଛନ୍ତି, \”ମୁଁ ଯେଉଁ ପରିବେଶରୁ ଆସିଛି, ତାହା ସ୍ୱାଭାବିକ ଭାବରେ ପ୍ରକୃତି ସହ ସନ୍ନିହିତ । ମାନବର ବନ, ବନ୍ୟପ୍ରାଣୀ ଓ ପଶୁମାନଙ୍କ ସହିତ ଏକ ସହ-ଅସ୍ତିତ୍ୱର ସମ୍ପର୍କ ଅଛି । ସତ କୁହିବାକୁ ଗଲେ, ମାନବ ଓ ପଶୁ ମଧ୍ୟରେ ଗୋଟିଏ ପରିବାରର ସଂପର୍କ ରହିଛି ।\” ରାଷ୍ଟ୍ରପତି କହିଛନ୍ତି, \”ବର୍ତ୍ତମାନ ଆମେ ଆଧୁନିକ ଜୀବନଶୈଳୀର ଜୀବନ ବଞ୍ଚୁଛୁ, କିନ୍ତୁ ଯେତେବେଳେ ଛୋଟ ଥିଲୁ, ସେତେବେଳେ ଟେକ୍ନୋଲୋଜିର କୌଣସି ସାଧନ ନଥିଲା ଓ ସେହି ସମୟରେ ଶୁମାନେ ହିଁ ଆମର ପ୍ରଧାନ ସାଧନ ଥିଲେ । ପଶୁ ବିନା କୃଷକମାନେ ଆଗକୁ ବଢିପାରୁନଥିଲେ । ପଶୁ ଆମ ଜୀବନର ସଂପଦ । ସେମାନଙ୍କ ବିନା ଆମେ ଜୀବନ ବିଷୟରେ କେବେ ଚିନ୍ତା କରିପାରୁନଥିଲୁ ।’