କୋଶଲା ମାଳୀ ପଟେଲ ସମାଜ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ସମାରୋହ ଉତ୍ସଵ

0 135

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋଶଲା ମାଳୀ ପଟେଲ ସମାଜ ର ଏକ ସାଧାରଣ ସଭା ଧର୍ମଗଡ ବ୍ଲକ ତରାପୁର କୋଶଲା ମାଳୀ ସମାଜ ଭବନ ଠାରେ ସମାଜର ସଭାପତି ସମ୍ପତି ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା କୋଶଲା ମାଳୀ ସମାଜ ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ,ମୁଖ୍ୟବକ୍ତା ଭାବରେ ପୂର୍ବତନ କଳାହାଣ୍ଡି ଜିଲ୍ଲା ସଭାପତି ଘନଶ୍ୟାମ ପଟେଲ ସମ୍ମାନୀତ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା ସମ୍ପାଦକ ପୁଣ୍ଡରୀ ପଟେଲ, ଉପ ସଭାପତି ଧର୍ମୁ ପଟେଲ, ସମ୍ପାଦକ ପବିତ୍ର ପଟେଲ, ସହ ସମ୍ପାଦକ ଜୟହରି ଟେଲ,କୋଷାଧ୍ୟକ୍ଷ ପ୍ରଦୀପ ପଟେଲ, ଦୁଲ୍ଲଭ ପଟେଲ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ପଟେଲ ସମାଜ ର ଦଶମ ଓ ଦ୍ଵାଦଶ ସର୍ବୋଚ୍ଚ ନମ୍ବର ରଖି ଥିବା କୃତି ଛାତ୍ରଛାତ୍ରୀ ଭେଙ୍କଟେଶ୍ୱର ପଟେଲ (୫୫୧) ଦ୍ଵିତୀୟ ଶୁଭମ ପଟେଲ (୪୯୧) ତୃତୀୟ ମଞ୍ଜିତ ପାଣିଗ୍ରାହୀ (୪୮୦) ଦ୍ଵାଦଶ ରେ ପ୍ରଥମ ପ୍ରିତମ ପଟେଲ (୪୮୩) ଦ୍ଵିତୀୟ ଯୋଗେଶ୍ୱରୀ ପାଣିଗ୍ରାହୀ (୪୧୬) ତୃତୀୟ ଦୁଲ୍ଲନ ପଟେଲ (୩୭୨) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମାଜର ବରିଷ୍ଠ ସମାଜସେବୀ ଭାବରେ ଟଙ୍କଧର ପଟେଲ ,ବନବିହାରୀ ନାଏକ,ମସ୍ତରାମ ପଟେଲ, ଗଣେଶ ରାମ ନାଏକ ଏବଂ ଆମ ସମାଜର କଳାକାର ସମ୍ମାନ ଭାବରେ ବିଦ୍ୟାଧର ପଟେଲ,ଚିନ୍ତାମଣି ପଟେଲ, ସଦାନନ୍ଦ ପାଣିଗ୍ରାହୀ ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସଫଳ ପନିପରିବା ଚାଷୀ ଭାବରେ ତେଜରାମ ପଟେଲ, ମେଘନାଥ ପଟେଲ, ସୁଦର୍ଶନ ପଟେଲ ଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମସ୍ତରାମ ପଟେଲ,ଜୟକର ପଟେଲ ,ଡିଙ୍ଗର ପଟେଲ,ଚିନ୍ତାମଣୀ ପଟେଲ ,ପର୍ଶୁରାମ ପଟେଲ,ଲକ୍ଷ୍ମୀକାନ୍ତ ନାଏକ,ବସନ୍ତ ନାଏକ, ରଘୁ ପଟେଲ,କୁଳମଣୀ ପଟେଲ,ଯାଦବ ପଟେଲ,ନରେନ୍ଦ୍ର ପଟେଲ,ରିକିରାମ ପଟେଲ,କ୍ଷିରମୋହନ ପଟେଲ ଓ କଳାହାଣ୍ଡି କୋଶଲା ମାଳୀ ସମାଜର ଆଞ୍ଚଳିକ କେନ୍ଦ୍ର ସଭାପତି ସମ୍ପାଦକ ଓ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.