ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ରେ ଉପକରଣ ବଣ୍ଟନ।

0 146
ଧର୍ମଗଡ଼ : ଏସବିଆଇ ଓ ରାମକି ଫାଉଣ୍ଡେସନ ତରଫରୁ  ସମାଜ କୁ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କରି ଆସୁଛି।ଆଜି ଭବାନୀପାଟଣା ପୌରପାଳିକା  ସ୍ଵଚ୍ଛତା  ନିରୀକ୍ଷକ  ଶିବ ପ୍ରସାଦ ପୂଜାରୀ ଙ୍କ  ଦ୍ୱାରା ପୌରପାଳିକା ର ସଫେଇ କର୍ମଚାରୀ ଙ୍କୁ ବର୍ଷା  କୁ ଦୃଷ୍ଟି ରେ ରଖି ରେନକୋଟ,ସେଫ୍ଟି  ଜୋତା ଆଉ ହେଣ୍ଡଗ୍ଲୋବ ଆଦି ଉପକରଣ  ସ୍ୱଛ  ଭାରତ ଅଭିଜାନ ମାଧ୍ୟମ ରେ ରାମକୀ ଫାଉଣ୍ଡେସନ ଦ୍ୱାରା  ପ୍ରଦାନ କରାଗଲା| ମୁନିସିପାଲଟି  ର ଅନ୍ୟନ୍ କର୍ମଚାରି  ଙ୍କ ସହିତ  ରାମକି ଫାଉଣ୍ଡେସନ ର ପିସି  ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲ ଟି ନିତୁ ନାୟକ ପାଇଲଟ ନିରଞ୍ଜନ  ହାତୀ ଲିଙ୍ଗରାଜ ସ୍ୱାଇଁ  ଉପସ୍ଥିତି ଥିଲେ| ଆଗକୁ ଏହି ସଂସ୍ଥା   ଦ୍ଵାରା ସେହି ଅଞ୍ଚଳ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାନେ ପୌରପାଳିକା ପାଇଁ କରାଯିବ ବୋଲି ଆଲୋଚନା  କରାଯାଇଛି। ଏହା ପାଇ ପୌରପାଳିକା ର ସ୍ଵଚ୍ଛତା  ନିରୀକ୍ଷକ ଶ୍ରୀଯୁକ୍ତ  ପୂଜାରୀ ଏସ ବି ଆଇ ଏବଂ ରାମକି ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply

Your email address will not be published.