ଋଷଭ ପନ୍ତଙ୍କୁ ଦଣ୍ଡିତ କଲା ଆଇସିସ

0 78

ନୂଆଦିଲ୍ଲୀ, : ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ ହାସଲ କରିଥିବା ଋଷଭ ପନ୍ତଙ୍କୁ
ଦଣ୍ଡିତ କରିଛି ଆଇସିସି । ସେ ଅମ୍ପାୟାରଙ୍କ ଗୋଟିଏ ନିଷ୍ପତ୍ତିକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିବାରୁ ତାଙ୍କୁ ଆଇସିସି ପକ୍ଷରୁ ଦଣ୍ଡିତ କରାଯାଇଛି । ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ପନ୍ତ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ମଙ୍ଗଳବାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ପଡ଼ିଆ ମଝିରେ ସେ ଅମ୍ପାୟାରଙ୍କ
ନିଷ୍ପତ୍ତିକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିବାରୁ ତାଙ୍କୁ ଆଇସିସି ଦଣ୍ଡିତ କରିବା ସହ ତାଗିଦ କରିଛି । ୨୭ ବର୍ଷୀୟ ଋଷଭ ପନ୍ତ ଆଇସିସିର ଆଚରଣ ବିଧିର ଲେଭଲ ୧କୁ ଉଲ୍ଲଙ୍ଘନ କରିଥିଲେ । ସେ ନିୟମକୁ ଉଲ୍ଲଙ୍ଘନ କରି
ଭାରତର ଫିଲ୍ଡିଂ ବେଳେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ସହମତ ହୋଇ ନଥିଲେ । ଏଥିପାଇଁ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି । ୨୪ ମାସ ମଧ୍ୟରେ ଏହା ପନ୍ତଙ୍କ ପ୍ରଥମ ଅପରାଧ ବୋଲି ଆଇସିସି କହିଛି । ପନ୍ତଙ୍କୁ ଗୋଟିଏ ଡିମେରିଟ
ପଏଣ୍ଟ ମିଳିଥିଲେ ହେଁ ତାଙ୍କ ମ୍ୟାଚ୍ ଫି’କୁ ଆଇସିସି କୌଣସି ପ୍ରକାରର କାଟ କରିନାହିଁ । କେବଳ ପନ୍ତଙ୍କୁ ତାଗିଦ କରି ଛାଡ଼ି ଦିଆଯାଇଛି । ପୂରା ଘଟଣା ଇଂଲଣ୍ଡ ଇନିଂସର ୬୧ତମ ଓଭରରେ ଘଟିଥିଲା । ହ୍ୟାରୀ ବ୍ରୁକ ଓ ବେନ ଷ୍ଟୋକ୍ସ ଏହି ସମୟରେ ବ୍ୟାଟିଂ କରୁଥିଲେ । ବଲର ଅବସ୍ଥାକୁ ନେଇ ପନ୍ତ ଏତିକି ବେଳେ ଅମ୍ପାୟାରଙ୍କ ସହ କିଛି କଥା ହୋଇଥିଲେ । ପନ୍ତ ବଲକୁ ବଦଳାଇବାକୁ ·ହୁଁଥିଲେ ହେଁ ଏହାକୁ ଅମ୍ପାୟାର ଗ୍ରହଣ କରି ନଥିଲେ । ଏଥିରେ ରାଗି ଯାଇ ପନ୍ତ ଅମ୍ପାୟାରଙ୍କ ସାମ୍ନାରେ ହିଁ ବଲକୁ ତଳେ ବେଧଡ଼କ ଅନ୍ଦାଜରେ ଫିଙ୍ଗି ଦେଇଥିଲେ । ଖେଳ ଶେଷ ପରେ ମ୍ୟାଚ୍ ରେଫରୀ ରିଚି ରି·ର୍ଡସନ ଏହାକୁ ଗୁରୁତ୍ୱର ସହ ନେଇ ପନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରସ୍ତାବ ଦେଇଥିଲେ ।
ନିଜର ଅପରାଧକୁ ପନ୍ତ ଗ୍ରହଣ କରି ନେଇଥିବାରୁ ଏହାର ବିଧିବଦ୍ଧ ଶୁଣାଣିର ଆବଶ୍ୟକ ପଡ଼ିନାହିଁ । ପନ୍ତଙ୍କ ବିରୋଧରେ ଆଚରଣ ବିଧିର ଉଲ୍ଲଙ୍ଘନ ଦୁଇ ଅନଫିଲ୍ଡ ଅମ୍ପାୟାର କ୍ରିସ ଗାଫାନୀ ଓ ପଲ ରେଇଫଲଙ୍କ ସମେତ ତୃତୀୟ ଅମ୍ପାୟାର ଶର୍ଫୁଦୌଲା ଇବନେ ଶାହିଦ ଓ ୪ର୍ଥ ଅମ୍ପାୟାର ମାଇକ ବର୍ନସ ଆଣିଥିଲେ । ସାଧାରଣ ଲେଭଲ ୧
ଅପରାଧ ପାଇଁ ଖେଳାଳିଙ୍କୁ ତାଗିଦ କରାଯିବା ସହ ତାଙ୍କ ମ୍ୟାଚ୍ ଫି’ ୫୦% କାଟ କରାଯାଏ । ସେହିପରି ତାଙ୍କୁ ଗୋଟିଏ କିମ୍ବା ୨ଟି ଡିମେରିଟ ପଏଣ୍ଟ ମିଳେ । କିନ୍ତୁ ପନ୍ତଙ୍କ ମ୍ୟାଚ୍ ଫି’ କଟା ଯାଇ ନାହିଁ । ତାଙ୍କୁ କେବଳ ତାଗିଦ ସହ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି ।

Leave A Reply

Your email address will not be published.