ଭିସା ପାଇଁ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ

0 76

ନୂଆଦିଲ୍ଲୀ, : ସାଧାରଣ ଲୋକଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା । ଜାତୀୟ ସୁରକ୍ଷାକୁ ନେଇ କଠୋର ହେଲା ଆମେରିକା । ଏନେଇ ସଂଯୁକ୍ତ ରାଷ୍ଟ୍ର ଆମେରିକା ନେଇଛି ବଡ଼ ପଦକ୍ଷେପ । ଭିସା ଆବେଦନ କଲେ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ । ବିଦେଶୀ ଛାତ୍ରାଛତ୍ରୀ ଓ ଅନ୍ୟ ମାନଙ୍କ ପାଇଁ ଏଭଳି ନିୟମ ଆଣିଛନ୍ତି ଟ୍ରମ୍ପ ସରକାର । ନୂଆଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ଭାରତୀୟ ଛାତ୍ରଛାତ୍ରୀ ଏବଂ ଅନ୍ୟ ଭିସା ଆବେଦନକାରୀ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ନୂଆ ନିୟମ ଅନୁଯାୟୀ, ୠ,ଗ ଏବଂ ଔ ନନ୍‌ଇମିଗ୍ରେସନ ଭିସା ଆବେଦନକାରୀଙ୍କ ପାଇଁ ଉଦ୍ଧିଷ୍ଟ । ଗତ ମାସରେ ଛାତ୍ରଛାତ୍ରୀଙ୍କ ଭିସା ପ୍ରୋସେସିଂ ଉପରେ କିଛି ସମୟ ପାଇଁ ରୋକ୍‌ ଲଗାଇଥିଲେ । ଏହା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ନୂଆ ନିୟମ ଆଣିଛନ୍ତି । ଆମେରିକୀୟ ଦୂତାବାସ ସୋମବାର ଏହ ବିଜ୍ଞପ୍ତି ଜାରି କରି ଏବଂ ନନ୍‌-ଇମିଗ୍ରେସନ ଭିସା ଆବେଦନକାରୀଙ୍କୁ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଗୋପନୀୟତା ସେଟିଂସକୁ ସାର୍ବଜନିକ କରିବାକୁ କହିଛି । ସଂଯୁକ୍ତ ରାଷ୍ଟ୍ର ଆମେରିକା ନିୟମ ଅନୁଯାୟୀ, ସମସ୍ତ ଛାତ୍ରଛାତ୍ରୀ ଏବଂ ଅନ୍ୟ ଭିସା ଆବେଦନକାରୀଙ୍କ ପରିଚୟ ଯାଞ୍ଚ କରିବା ଜରୁରୀ ଶ୍ରେଣୀର \”ଭିସା\’ ଆମେରିକାରେ ଶିକ୍ଷାଦାନ ଅଧ୍ୟୟନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ମିଳିଥାଏ । ଗ ଶ୍ରେଣୀର \”ଭିସା\’ ବ୍ୟବସାୟୀ ଏବଂ ଅନ୍ୟ ଶ୍ରେଣୀର ଲୋକଙ୍କ ପାଇଁ ଉପଲବ୍ଧ ହୋଇଥାଏ । ସେହିପରି ଔ ଶ୍ରେଣୀର \”ଭିସା\’ କିଛି ସପ୍ତାହରୁ ନେଇ କିଛି ବର୍ଷ ପାଇଁ ପଢ଼ିବା, ଅଧ୍ୟୟନ କରିବା, ଅନୁସନ୍ଧାନ କରିବା କିମ୍ବା ଚାକିରି ଆଦି ପାଇଁ ମିଳିଥାଏ ।

Leave A Reply

Your email address will not be published.