ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ବାର୍ତ୍ତା ନେଇ ରେଙ୍ଗାଳପାଲି ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ

0 177

ଧର୍ମଗଡ଼ ; କେନ୍ଦ୍ର ବିଜେପି ସରକାର ଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ କୁ ୧ ବର୍ଷ ଶାସନ ପୂରଣ ହୋଇଥିବା ବେଳେ ଏହି ବର୍ଷେ ମଧ୍ୟରେ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ  ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରଶାସନ ପକ୍ଷରୁ ୧ ବର୍ଷ ର ଉପଲବ୍ଧି ଓ ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ରଥ ର ଶୁଭାରମ୍ଭ ହୋଇଛି। କୋକସରା ବ୍ଲକ  ରେଙ୍ଗାଳପାଲି ପଞ୍ଚାୟତ ରେ ଏହି ରଥ ଆଜି ପହଞ୍ଚିଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ  ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଓ ଆଗକୁ ବିକାଶ ର ଯୋଜନା ଉପରେ ନିଜର ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, କୋକସରା ସିଏଚସି ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ବିଜେପି ନେତା ତ୍ରିନାଥ ଶବର, ଅପ୍ରେସ ସ୍ୱାଇଁ, ସ୍ଥାନୀୟ ବୁଦ୍ଧିଜୀବୀ ଜୟଲାଲ ନାଏକ, ନାରାୟଣ ପଟ୍ଟନାୟକ, ବାହାଦୂର ମାଝୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ଆବାସ ଘର କାର୍ଯ୍ୟାଦେଶ, ନୂତନ ରାସନ କାର୍ଡ଼,ବୟୋ ବନ୍ଦନା କାର୍ଡ, ନିର୍ମାଣ ଶ୍ରମିକ ଶ୍ରମ କାର୍ଡ,ଭତ୍ତା କାର୍ଡ , ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ଉପସ୍ଥିତ ଅତିଥିମାନେ ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମ ରେ ମଞ୍ଚ ସଂଯୋଜନା ଲକ୍ଷ୍ମୀକାନ୍ତ ପଟ୍ଟନାୟକ କରିଥିବା ବେଳେ ବ୍ଲକ ବିଏସଏସଓ ଦୀପକ କୁମାର ବେହେରା,ଜିପିଡ଼ିଓ ରାଜେନ୍ଦ୍ର ପାତ୍ର, ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୁଗେଶ୍ୱର ବେମାଲ ସମେତ ପଞ୍ଚାୟତ କର୍ମଚାରୀ ଓ ମିଶନ ଶକ୍ତି ଅଧିନସ୍ଥ ମହିଳା କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ପଞ୍ଚାୟତ ରୁ ଶତାଧିକ ଜନ ସାଧାରଣ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିକାଶ ର ବାର୍ତ୍ତା କୁ ଉପଲବ୍ଧି କଟିଥିଲେ।

Leave A Reply

Your email address will not be published.