ସିଏସଆଇଆର-ଆଇଏମଏମଟି ପକ୍ଷରୁ ରେଡ୍ ମଡ୍ ରିପୋର୍ଟ ପ୍ରକାଶିତ

0 101

ଭୁବନେଶ୍ୱର, : ବୈଜ୍ଞାନିକ ତଥା ଔଦ୍ୟୋଗିକ ଗବେଷଣା ପରିଷଦ – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଏମଏମଟି) ଦ୍ୱାରା ରେଡ୍ ମଡ୍ ରିପୋର୍ଟ ପ୍ରକାଶନ ବୈଠକ ଆୟୋଜିତ ହୋଇଛି । ଏହା ରେଡ୍ ମଡର ସାମଗ୍ରିକ ବ୍ୟବହାର ପାଇଁ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଜାତୀୟ ପ୍ରକଳ୍ପର ସଫଳ ସମାପ୍ତିକୁ ଚିହ୍ନିତ କରିଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଏବଂ ପ୍ରକଳ୍ପର ପରାମର୍ଶଦାତା ତଥା ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ. ସାରସ୍ୱତ ରେଡ ମଡ୍ ରିପୋର୍ଟକୁ ଆନୁଷ୍ଠାନିକ ଭାବରେ ଉନ୍ମୋଚନ କରିଥିଲେ । ଏହି ପ୍ରକଳ୍ପକୁ ସିଏସଆଇଆର- ଆଇଏମଏମଟି (ଭୁବନେଶ୍ୱର), ସିଏସଆଇଆର -ନ୍ୟାସନାଲ ମେଟାଲର୍ଜିକାଲ୍ ଲାବୋରେଟୋରୀ (ସିଏସଆଇଆର -ଏନଏମଏଲ୍‌), ଜାମସେଦପୁର, ସମନ୍ୱୟ ପରୀକ୍ଷାଗାର ଏବଂ ଜବାହରଲାଲ ନେହେରୁ ଆଲୁମିନିୟମ୍ ରିସର୍ଚ୍ଚ ଡେଭଲପମେଣ୍ଟ ଆଣ୍ଡ ଡିଜାଇନ୍ ସେଣ୍ଟର (ଜେଏନଏଆରଡିଡିସି), ନାଗପୁର ଦ୍ୱାରା ପ୍ରମୁଖ ଶିଳ୍ପ ଅଂଶୀଦାର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍ (ହିନ୍ଦାଲକୋ), ବେଦାନ୍ତ ଲିମିଟେଡ୍ ଏବଂ ନ୍ୟାସନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍ (ନାଲକୋ) ସହିତ ମିଳିତ ଭାବରେ ହାତକୁ ନିଆଯାଇଥିଲା । ଏହି ପ୍ରକଳ୍ପଟି ଆଲୁମିନା ଉତ୍ପାଦର ଏକ ପ୍ରମୁଖ ଶିଳ୍ପ ଉପ-ଉତ୍ପାଦ, ରେଡ୍ ମଡର ବ୍ୟାପକ ବ୍ୟବହାର ପାଇଁ ସମନ୍ୱିତ ପ୍ରକ୍ରିୟା ଫ୍ଲୋ ସିଟ୍‌ ବିକାଶ କରିବା ଉପରେ ଧ୍ୟାନ ଦେଇଥିଲା । ଏହାର ଉଦ୍ଦେଶ୍ୟ ଲୁହା, ଆଲୁମିନା, ଟାଇଟାନିଆ ଏବଂ ରେୟାର ଆର୍ଥ ଏଲିମେଣ୍ଟ (ଆରଇଇ) ଭଳି ମୂଲ୍ୟବାନ ଧାତୁ ପୁନରୁଦ୍ଧାର କରିବା । ରେଡ୍ ମଡ ରିପୋର୍ଟ ଶିଳ୍ପ ନିୟୋଜନ ପାଇଁ ଏହି ସମାଧାନଗୁଡ଼ିକୁ ଆହୁରି ବୃଦ୍ଧି କରିବା ନିମନ୍ତେ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରେ ।

Leave A Reply

Your email address will not be published.