ସରସତୀ ଡିଗ୍ରୀ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ପରିସରରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

0 137

ବ୍ରହ୍ମପୁର ଅଦ୍ୟ ତା. ୧୨.୦୬.୨୦୨୫ ରିଖ ଗୁରୁବାର ଦିନ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କବଦ୍ଧନସିଂହଦେଓଙ୍କ କରକମଳରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “ମା’ଟିଏ ଗଛଟିଏ” ପରିପ୍ରେକ୍ଷୀରେ ସରସତୀ ଡିଗ୍ରୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ପରିସର ମଧ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାକାର୍ଯ୍ୟକ୍ରମ, ସରସତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ପରିଚାଳନ। ସମିତିର ସଭାପତି ଡଃ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ସରସତୀ ଡିଗ୍ରୀ ବିଦ୍ୟାମନ୍ଦିରର ଅଧ୍ଯକ୍ଷ ଡଃ. ସୁବ୍ରତ କୁମାର ପାଣିଗ୍ରାହୀ ଅତିଥୁମାନଙ୍କ ପରିଚୟ ପ୍ରଦାନ କରିବା ସହ ସାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଯଥା ମଞ୍ଚାସୀନ ଅତିଥୁ ଓଡ଼ିଶାର ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ ତଥା ଖଣିଜ ବିଭାଗର ବରିଷ୍ଠ ମନ୍ତ୍ରୀ ଶ୍ରୀମାନ୍ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନୀଲ କୁମାର, ଚିକିଟି ବିଧାୟକ ଶ୍ରୀ ମନୋରଂଜନ ଦ୍ୟାନସାମନ୍ତରା, ଆସିକ ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀ, ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ଏବଂ ବି.ଜେ.ପି. ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ସାବତ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ସହ ଉତ୍ସାହିତ କରିଥିଲେ । ନିଜର ଅଭିଭାଷଣରେ ମୁଖ୍ୟଅତିଥି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବଦ୍ଧନ ସିଂହ ଦେଓ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନିଜ ମା’ଙ୍କ ନାମରେ ଏକ ଚାରା ରୋପଣ କରିବା ପାଇଁ ଆହ୍ବାନ୍ ଦେଇଥିଲେ । ଏହି ଅବସରରେ ନୀଳକଣ୍ଠ ନଗର ସରସତୀ ଶିଶୁ ମନ୍ଦିରର ପୂର୍ବତନ ଛାତ୍ର, ସ୍ଥାନୀୟ କେଶବ ପ୍ରଭାତ ଶାଖାର ସୟଂସେବକ ଗଣ, ବିଦ୍ୟାଳୟର ସ୍କାଉଟ୍, ଗାଇଡ୍ ଓ ଏନ୍.ସି.ସି ଛାତ୍ରଛାତ୍ରୀ, ଏନ୍.ସି.ସି. ଲ୍ୟାପ୍‌ଟନାଟ୍ ଶ୍ରୀମତୀ ସ୍ମିତ ପଟ୍ଟନାୟକ, ସି.ଟି.ଓ ବିଘେଶ୍ବରୀ ସାହୁ, ଏ.ଏନ୍.ଓ. ଶ୍ରୀ ଶାନ୍ତନୁ କୁମାର ବେହେରା, ସ୍କାଉଟ୍ ଗାଇଡ଼୍ର ପରିଚାଳକ ଶ୍ରୀ ବ୍ରଜକିଶୋର ଦାସ ଏବଂ ଶ୍ରୀମତୀ ପୂର୍ଣ୍ଣିମ। ଅଚାର୍ଯ୍ୟ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ନୀଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ପ୍ରଧାନାଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ, ଉପଦେଷ୍ଟା ଇଂ. ମମତା ପାଣିଗ୍ରାହୀ, ଶ୍ରୀ ହରେକୃଷ୍ଣ ପାଢ଼ୀ, ଶ୍ରୀ ପ୍ରସନ୍ନ କୁମାର କର ଓ ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭା ପରିଶେଷରେ ଅନୁଷ୍ଠାନର ଶୈକ୍ଷିକ ପ୍ରଶାସକ ଶ୍ରୀମାନ୍ ଉମାଧବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.