ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା

0 95
ସାନଖେମୁଣ୍ଡି : ସାନଖେମୁଣ୍ଡି ଅଞ୍ଚଳ ର ତଥା ଗଞ୍ଜାମ ଜିଲ୍ଲା ର ଜଣେ ସୁନାମଧନ୍ୟ ନିର୍ଦ୍ଦେଶକ ମାଗିଲେ ଭିକ୍ଷା | ସୂଚନା ଅନୁସାରେ ଯାତ୍ରା କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ମଞ୍ଚରେ ଭିକ୍ଷା ମାଗିଲେ ନାଟ୍ୟ ନିର୍ଦ୍ଦେଶକ । ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ପକ୍ଷରୁ ଯୁବ ଓ ଅଭିଜ୍ଞ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ କଳାକାରଙ୍କ ଚିକିତ୍ସା ପାଇଁ ଭିକ୍ଷା ମାଗିଛନ୍ତି । ବର୍ତ୍ତମାନ ଅପେରା ମଞ୍ଚରେ ଜଣେ ନାଟ୍ୟ ନିର୍ଦ୍ଦେଶକ ମହିଳା କଳାକାରଙ୍କ ଚିକିତ୍ସା ପାଇଁ ସଂଗୀତର ତାଳେ ତାଳେ ଭିକ୍ଷା ମାଗି ଚର୍ଚ୍ଚାକୁ ଆସିଛନ୍ତି । ନାଟ୍ୟ ନିର୍ଦ୍ଦେଶକଙ୍କ ମାନବିକତା ଓ ତାଙ୍କ ଉଦ୍ୟମକୁ କଳାକାର ମାନଙ୍କ ସହିତ ସମସ୍ତ ଜନସାଧାରଣ ଭୁରି ଭୁରି ପ୍ରଶଂସା କରିଛନ୍ତି । ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ମର୍ଦମେଖ ଗାଁରେ ସ୍ଥାନୀୟ କଳାକାରମାନେ ଅପେରା “କାନ୍ଦୁଛି କେବଳ ତୋରି ପାଇଁ” ମଂଚସ୍ଥ କରିଥିଲେ । ନାଟକର ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଂଜାମ ଜିଲ୍ଲା ଶାଖାର ଯୁବ ଓ ଅଭିଜ୍ଞ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ । ନାଟକ ପୂର୍ବରୁ ପ୍ରଥମେ ଆରମ୍ଭ ହୋଇଥିଲା ମେଲୋଡି । ମେଲୋଡିର ପ୍ରଥମ ଗୀତ ବାଜିଥିଲା “କିଏ କେବେ ଦେଖିଛ କି କଳାକାର କାନ୍ଦିବାର” । ଗୀତର ତାଳେ ତାଳେ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ଭିକ୍ଷା ମାଗିଥିଲେ । ଏଥିରେ ପ୍ରାୟ ୧୬,୮୬୫ ଟଙ୍କା ମିଳିଥିଲା । ଜଣେ ନାଟ୍ୟ ନିର୍ଦ୍ଦେଶକଙ୍କ ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା ମିଳିଛି । ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକଙ୍କ ଏଭଳି ଉଦ୍ୟମକୁ ସାନଖେମୁଣ୍ଡି ଅଞ୍ଚଳ ସହିତ ସାରା ଗଞ୍ଜାମ ର ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି | ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜ ଗୋପାଳ ପାଢ଼ୀ ଓ ପୂରା ଟିମ୍ ମଧ୍ୟ ସାଥି ନିର୍ଦ୍ଦେଶକ କାର୍ଯ୍ୟକ୍ରମ ଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି |
Leave A Reply

Your email address will not be published.