ମାଟ୍ରିକ ପରୀକ୍ଷା ରେ ଚମକିଲେ ରିଷି ବିଶି, କୋକସରା ହାଇସ୍କୁଲ ପାଇଁ ଆଣିଲେ ଗୌରବ।

0 227
ଧର୍ମଗଡ଼  : ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ର ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ରିଷି ବିଶି କୋକସରା ବ୍ଲକ ରେ ମାଟ୍ରିକ ପରୀକ୍ଷାରେ ସର୍ବଶେଷ୍ଠ ନମ୍ବର ରଖି ବ୍ଲକ ରେ ଟପ୍ପର ହୋଇଛନ୍ତି। ସେ ହାଇସ୍କୁଲ ମାଟ୍ରିକ ବୋର୍ଡ ପରୀକ୍ଷାରେ ୬୦୦ ମାର୍କ ପରୀକ୍ଷା ରୁ ୫୨୬ ମାର୍କ (୮୬.୭୭) ରଖି ବ୍ଲକ ଟପ୍ପର ସହ ବ୍ଲକ ପାଇଁ ଗୌରବ ଆଣିଛନ୍ତି।ତାଙ୍କର ଏହି ସଫଳତା ପଛରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମା ବାପା ଙ୍କ ଆଶ୍ରିବାଦ ରହିଛି ବୋଳି ସେ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ସ୍ଥାନୀୟ କୋକସରା ପଞ୍ଚାୟତ ଗଡରାମାଲ ଗ୍ରାମ କିଶୋର ଚନ୍ଦ୍ର ବିଶି ଓ ବିନିତା ବିଶି ଙ୍କ ଝିଅ ହେଉଛନ୍ତି ରିଷି ବିଶି।  ରିଷି ବିଶି ଙ୍କ ସଫଳତା କୁ ନେଇ ଜବାହର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି। ପାଇକ ସମାଜ ପକ୍ଷରୁ ମଧ୍ୟ କୃତି ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତରୋତ୍ତର କାମନା କରାଯାଇଛି।
Leave A Reply

Your email address will not be published.