ପାରାଦ୍ଵୀପ :-ପାରାଦୀପ ଇଫକୋ ଛକ ନିକଟରେ ଦୁର୍ଘଟଣା,ସ୍କୁଟି ଚାଳକ ପଛପଟୁ ଚଢିଗଲା ଆଇରନ୍ ବୋଝେଇ ଟ୍ରକ, ଘଟଣାସ୍ଥଳରେ ସ୍କୁଟି ଆରୋହି ମୃତ, ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଧରି ନିସ୍ତୁକ ମାଡ ମାରିଲେ ସ୍ଥାନୀୟ ଲୋକ। ଘଟଣା ଥ୍ଥଳରେ ଉତେଜନା। ସୂଚନା ମୁତାବକ ଆଜି ଦିନ ୧୦ଟା ସମୟରେ କିଶୋର ସିରୋମଣୀ ନାମକ ଜଣେ ବ୍ୟକ୍ତି ସ୍କୁଟି ରେ ସ୍ଥାନୀୟ ଅଠରବାଙ୍କୀ ମେଡିକାଲ କୁ ଯାଉଥିବା ସମୟରେ ଆଇରନ୍ ବୋଝେଇ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଜଣଙ୍କ ତଳେ ପଡିଯାଇଥିବା ବେଳେ ଟ୍ରକ ଟି କିଶୋର ଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭର କୁ ଧରି ନିସ୍ତୁକ ମାଡ ମାରିବା ସହ ପୋଲିସ କୁ ଜିମା ଦେଇଛନ୍ତି। । ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ରହିଛି। ତେବେ ମୃତ ବ୍ୟକ୍ତି କିଶୋର ସିରୋମଣୀ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଘର ନୟାଗଡ଼ ବୋଲି ଜଣାପଡିଛି।
