ପୁଅକୁ ହିରୋ କରିବାକୁ ସର୍ବସ୍ୱ ବନ୍ଧକ ରଖିଥିଲେ ନିଦେ୍ର୍ଦଶକ

0 82

ମୁମ୍ବାଇ,: ୨୫ ବର୍ଷ ପୂର୍ବେ, ଏହି ଅଭିନେତା ବଲିଉଡରେ ଡେବ୍ୟୁ କରି ସିନେମା ଜଗତକୁ ଦୋହଲାଇ ଦେଇଥିଲେ ।
ସେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଏକମାତ୍ର ଅଭିନେତା ଯିଏ ନିଜର ପ୍ରଥମ ଚଳଚ୍ଚିତ୍ରରୁ ହିଁ ପ୍ରସିଦ୍ଧ ହୋଇଥିଲେ । ଏହି ଅଭିନେତାଙ୍କୁ ତାଙ୍କ ନିଦେ୍ର୍ଦଶକ ପିତା ତାଙ୍କର ସର୍ବସ୍ୱ ବନ୍ଧକ ରଖି ବଲିଉଡରେ ଲଞ୍ଚ କରିଥିଲେ । ସେହିପରି, ଏହି
ଅଭିନେତାଙ୍କ ଫିଲ୍ମ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ଫିଲ୍ମ ହେଉଛି ତାଙ୍କର ଡେବୁ୍ୟ ଫିଲ୍ମ, ଯଦିଓ ଏହା ପରେ ସେ ଅନେକ ବ୍ଲକବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି । ୨୦୦୦ ମସିହାରେ, ଏହି ନିଦେ୍ର୍ଦଶକ ତାଙ୍କ ସାରା ଜୀବନର ରୋଜଗାରକୁ ତାଙ୍କ ପୁଅ ଉପରେ ବିନିଯୋଗ କରି ଏହି ପଦକ୍ଷେପ ନେଇଥିଲେ । ଆମେ ୨୦୦୦ ମସିହାର ମେଗା-ବ୍ଲକବଷ୍ଟର ଫିଲ୍ମ କହୋ ନା ପ୍ୟାର୍ ହେର ନିଦେ୍ର୍ଦଶକ ଏବଂ ହ୍ରିତିକ୍ ରୋଶନଙ୍କ ପିତା ରାକେଶ ରୋଶନଙ୍କ ବିଷୟରେ କହୁଛୁ । କହୋ
ନା ପ୍ୟାର ହୈ ରାକେଶ ରୋଶନଙ୍କ ଦ୍ୱାରା ନିଦେ୍ର୍ଦଶିତ ଏବଂ ପ୍ରଯୋଜିତ ହୋଇଥିଲା । ଏହି ଫିଲ୍ମ ମାଧ୍ୟମରେ କେବଳ ହ୍ରିତିକ୍ ରୋଶନ ନୁହଁନ୍ତି ବରଂ ଅମିଷା ପଟେଲ ମଧ୍ୟ ଡେବ୍ୟୁ କରିଥିଲେୟ ପ୍ରକୃତରେ, ସମ୍ପ୍ରତି ନେଟଫ୍ଲିକ୍ସର ଡକ୍ୟୁମେଣ୍ଟାରୀ ‘ଦି ରୋଶନ୍ସ’ ରିଲିଜ୍ ହୋଇଛି, ଯାହା ରାକେଶ ରୋଶନଙ୍କ ପରିବାରର ଫିଲ୍ମ ଯାତ୍ରା ବିଷୟରେ ବର୍ଣ୍ଣନା
କରେ । ଏଥିରେ ହ୍ରିତିକ୍ ରୋଶନ ଏବଂ କିଛି ପରିବାର ସଦସ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ବାପା ତାଙ୍କ କ୍ୟାରିଅର ଗଢ଼ିବା ପାଇଁ ସବୁକିଛି ବାଜି ଲଗାଇ ଦେଇଥିଲେ । ସେହି ସମୟରେ, ହ୍ରିତିକ୍ ରୋଶନଙ୍କ ଡେବ୍ୟୁ ଫିଲ୍ମ କହୋ ନା ପ୍ୟାର୍ ହୈର ର୍ନିମାଣ ବଜେଟ୍ ୧୦ କୋଟି ଟଙ୍କା ଥିଲା ଏବଂ ଫିଲ୍ମଟି ସେତେବେଳେ ୭୮ କୋଟି ଟଙ୍କାର ରେକର୍ଡ ଭାଙ୍ଗି
ବ୍ୟବସାୟ କରିଥିଲା । ଏହା ପରେ, ହ୍ରିତିକ୍ କେବେବି ଫିଲ୍ମ ଇଣ୍ଡଷ୍ଟ୍ରିକୁ ପଛକୁ ·ହିଁ ନାହାଁନ୍ତି । ତାଙ୍କ ବାପାଙ୍କ ସହିତ, ହ୍ରିତିକ୍ କୋଇ ମିଲ୍ ଗୟା ଏବଂ କ୍ରିଶ୍ ଭଳି ଦୁଇଟି ମେଗାବ୍ଲକବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.