ରାମମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇ ଯୁବକ ଗିରଫ

0 407

ଅରାରିଆ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଥିବା ବିହାର ଅରାରିଆ ଜିଲାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରଇଛି। ଇନ୍ତେଖାବ୍‌ ଆଲାମ ନାମକ ଯୁବକ ପୋଲିସକୁ ଫୋନ୍‌ କରି ଏଭଳି ଧମକ ଦେଇଥିଲେ। ତାଙ୍କୁ ବଲୁଆ କାଳିଆଗଞ୍ଜସ୍ଥିତ ବାସଭବନରୁ ଗିରଫ କରାଯାଇଥିବା ଅରାରିଆ ଏସ୍‌ପି  ଅଶୋକ କୁମାର ସିଂ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ନିଜକୁ ଦାଉଦ୍‌ ଇବ୍ରାହିମ୍‌ର ଘନିଷ୍ଠ ସହଯୋଗୀ ଛୋଟା ସକିଲ ବୋଲି ଫୋନ୍‌ରେ କହିଥିଲେ। ଆଲାମଙ୍କ ନାଁରେ ଅପରାଧ ରେକର୍ଡ ନ ଥିବା ବେଳେ ସେ ମାନସିକ ଅସ୍ଥିର ଥିବା ଜଣାପଡ଼ିଛି। ପ୍ରସଙ୍ଗର ସମ୍ବେଦନଶୀଳତାକୁ ଦୃଷ୍ଟିରୁ ତାଙ୍କ ନାମରେ ପଲାସି ଥାନାରେ ଏକ ମାମଲା ରୁଜୁ କରାଯିବା ସହ ତାଙ୍କ ମୋବାଇଲ ଫୋନ୍‌ ଜବତ କରି ଅଧିକ ତନ୍ତତ ଚାଲିଛି।

 

Leave A Reply

Your email address will not be published.