୧୨୦ ରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ରୋକ୍‌

Rock on over 120 YouTube channels

0 190

ନୂଆଦିଲ୍ଲୀ: ୟୁଟ୍ରୁବ୍‌ ଚ୍ୟାନେଲ ମାଧ୍ୟମରେ ରୋଜଗାର ବଢାଇବା ଓ ଅଧିକ ଲୋକଙ୍କ ପାଖରେ ପହଞ୍ôଚବା ଲକ୍ଷ୍ୟରେ କିଛି ଚ୍ୟାନେଲ ତରଫରୁ ମିଥ୍ୟା ଖବର ଓ ଦ୍ୱିଅର୍ଥବୋଧକ ଥମ୍ବନେଲ ବ୍ୟବହାର ବହୁଳମାତ୍ରାରେ ବୃଦ୍ଧି ପାଇଛି । ଏହାକୁ କେନ୍ଦ୍ର ସରକାର ଏକ ଗମ୍ଭୀର ପ୍ରସଙ୍ଗ ବୋଲି ବିବେଚନା କରି ଏଭଳି କିଛି ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଏହା ପୂର୍ବରୁ ମଧ୍ୟ ସମାନ ମାମଲାରେ ଅନେକ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିଲେ । ଗତ ୧ବର୍ଷ ଅର୍ଥାତ ଡିସେମ୍ବର୨୦୨୨ ରୁ ଏପର୍ଯ୍ୟନ୍ତ ପିଅ ।ଇବି ତରଫରୁ ୨୬ ଟି ୟୁଟ୍ୟୁବ୍‌ ଚ୍ୟାନେଲର ପର୍ଦ୍ଦାଫାସ କରିଥିଲେ । ଯେଉଁ ଚ୍ୟାନେଲମାନେ ନିୟମିତ ଭାବେ ଭୂଲ ଖବର ପ୍ରସାରଣ କରୁଥିଲେ । ଏହାପରେ ଏବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଯ୍ୟୁକ୍ତି ନିୟମ ୨୦ କ୍ରମରେ ୧୨୦ ରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲ ବନ୍ଦ କରିଦେଇଛନ୍ତି ।

Leave A Reply

Your email address will not be published.