ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ

Assembly winter session is over

0 166

ଭୁବନେଶ୍ୱର,୨୪ା୧୧ : ନଭେମ୍ବର ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍‌ ଶୀତ ଅଧିବେଶନ ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନକୁ ଶେଷ କରାଯାଇଛି । ନଭେମ୍ବର ୨୧ ଆରମ୍ଭ ହୋଇ ଡିସେମ୍ବର ୩୦ ଯାଏଁ ବିଧାନସଭା •ଲିବାର ଥିଲା । ୩୦ ଟି କାର୍ଯ୍ୟଦିବସ ଥିବା ଚଳିତ ଶୀତ ଅଧିବେଶନ ୪ ଦିନ •ଲିବା ପରେ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଶୀତ ଅଧିବେଶନଟି ନଭେମ୍ବର ୨୧ରୁ ଡିସେମ୍ବର ୩୦ ଯାଏଁ •ଲିବାର ଥିଲେ ହେଁ ଗୃହରେ ଆଉ କୌଣସି ସରକାରୀ କାର୍ଯ୍ୟ ନ ଥିବା ହେତୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗୃହରେ ପ୍ରସ୍ତାବ ଆଣିଥିଲେ । ପ୍ରସ୍ତାବକୁ ବିଜେଡି ବିଧାୟକ ଶଶୀ ବେହେରା ସମର୍ଥନ କରିଥିଲେ । କାରଣ ଏହି ଅଧିବେଶନ •ରି ଦିନ ସୁରୁଖୁରୁରେ •ଲିଥିବା ବେଳେ ଆଉ କୌଣସି କାର୍ଯ୍ୟ ବାକି ନାହିଁ । ଚଳିତ ଅଧିବେଶନରେ ଗୋଟିଏ ବିଲ୍‌ ପାସ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି । ଅନ୍ୟପଟେ ଗୃହ କାର୍ଯ୍ୟରେ ସହଯୋଗ କରିଥିବାରୁ ବିରୋଧୀ ଦଳ ଓ ସରକାରୀ ଦଳ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳ ଓ ସରକାରୀ ଦଳ ଗୃହ ଚଳାଇବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତେ ଅଂଶଗ୍ରହଣ କରିଥିଲେ । ଏଥିସହ ବିଧାନସଭା କର୍ମ•ରୀଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.