ବିକଶିତ ଭାରତ ସଂକଳ୍ପ ଯାତ୍ରା: ଜିଲ୍ଲା ପ୍ରଭାରୀଙ୍କ ପରିଦର୍ଶନ ଓ ସମୀକ୍ଷା ବୈଠକ

Developed India Concept Journey: Visit of District Heads and Review Meeting

0 196

ଯାଜପୁର, : ବିକଶିତ ଭାରତ ସଂକଳ୍ପ ଯାତ୍ରା ଜିଲ୍ଲା ପ୍ରଭାରୀ ଯୁଗ୍ମ ଆୟୁକ୍ତ, ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ଅନୁପମ ସୋନାଲକର ଯାଜପୁରଜିଲ୍ଲା ପରିଦର୍ଶନ କରି ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବ୍ଳ୍‌କ ଉନ୍ନୟନ ଅଧିକାରୀ ମାନଙ୍କ ସହ କେନ୍ଦ୍ର ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସପଂଳ ରୂପାୟନ ଦିଗରେ ସମୀକ୍ଷା କରିଛନ୍ତି ।ଜିଲ୍ଲା ପ୍ରଭାରୀଙ୍କ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ୍‌ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଜିଲ୍ଲା ପରିଷଦ ଚକ୍ରୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମର ପ୍ରାକ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଳା ପ୍ରଭାରୀ ସୋନାଲକର କହିଲେ ଯେ, ଭାରତ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ପଂଳପ୍ରଦ କରିବା ପାଇଁ ତଥା ଜନଜାତି ମାନଙ୍କର ବିକାଶ ଏବଂ ଅଧିକରୁ ଅଧିକ ଜନଜାତିମାନେ ଯେଭଳି ଭାରତ ସରକାରଙ୍କର ଲାଭଜନକ ଯୋଜନାରେ ପାଂଇଦା ପାଇପାରିବେ, ସମସ୍ତଙ୍କ ବିକାଶ ପାଇଁ ଆମେ ମିଳିମିଶି ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ,ଜିଲ୍ଲା ପରିଷଦ, ଯାଜପୁର ଚକ୍ରୱର୍ତ୍ତୀ ସିଂହ ରାଠୋର କହିଲେ ଯେ, କେନ୍ଦ୍ର ସରକାରଙ୍କର ଜନ କଲ୍ୟାଣ ଯୋଜନା ଗୁଡିକୁ ଜିଲ୍ଳ୍‌ାରେ ଯେଭଳି ସଠିକ ମାର୍ଗରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପ୍ରକୃତ ହିତାଧିକାରୀମାନେ ଯେପରି ଉପକୃତ ହୋଇପାରିବେ ସେଥିପାଇଁ ବ୍ଳକ ଉନ୍ନୟନ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସାଥୀ ଓ ସର୍ବୋପରି ପ୍ରତ୍ୟେକ ବିଭାଗର ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଦକ୍ଷିଣ ଓଡିଶାଜିଲ୍ଲା ଜିଲ୍ଲା ମାନଙ୍କରେ ଯେଭଳି ସଚେତନତା କରିବା ନିମନ୍ତେ ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ପ୍ରତିଯୋଗିତା କରାଇ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ କରିଚ୍ଥନ୍ତି, ସେହିପରିଜିଲ୍ଲା ଶିକ୍ଷା ଅଧିକାରୀ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ମାନେ ଭାରତ ସଂକଳ୍ପ ଯାତ୍ରାରେ ନିୟୋଜିତ ୩ ଗୋଟି ଭ୍ୟାନ ଗୁଡିକର ପରିକ୍ରମା ଓ ସେମାନଙ୍କ ବିଭାଗ ଅଧିନ ଯୋଜନା ଗୁଡିକ ଯେଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ ସେଥିପ୍ରତି ବ୍ୟାପକ ସଚେତନତା ଦିଗରେ ନିଜର ଦାୟିତ୍ୱ ସଂପାଦନ କରିବାକୁ ଜିଲ୍ଲାପାଳ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଜିଲ୍ଲାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେ୍‌ଟ୍‌ ଚକ୍ରୱର୍ତ୍ତୀ ସିଂହ ରାଠୋର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆଙ୍କୁ ଜିଲ୍ଲାର ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରିଚ୍ଥନ୍ତି । ସେହିପରି କ୍ଷିତିଶ ଚନ୍ଦ୍ର ବଳ ଉପ-କାର୍ଯ୍ୟ ନିର୍ବାହୀ, ଓର୍‌ମାସ୍‌, ଚିନ୍ମୟ ସିଂ, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ସଂଯୋଜକ ଏବଂ ସତ୍ୟ ନାରାୟଣ ବେହେରା, ଜିଲ୍ଲା ସାମାଜିକ ସମୀକ୍ଷକ (ଡି.ଏସ୍‌.ଏ.), ଜିଲ୍ଲା ପରିଷଦଙ୍କୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ୩ ଗୋଟି ଭ୍ୟାନ ପାଇଁ ନୋଡାଲ ଅଧିକାରୀ ଭାବେ ଜିଲ୍ଳ୍‌ାପାଳ ଶ୍ରୀ ରାଠୋର ନିଯୁକ୍ତ କରିଚ୍ଥନ୍ତି । ଜିଲ୍ଳ୍‌ାର ବିକଶିତ ଭାରତ ସଂକଳ୍ପ ଯାତ୍ରା ନଭେମ୍ୱର ୨୨ ତାରିଖ ୨୦୨୩ ରୁ ଜାନୁୟାରୀ ୨୬ ତାରିଖ ୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବିସ୍ତୃତ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ ଏବଂ ଜିଲ୍ଳ୍‌ାର ୧୦ ଗୋଟି ବ୍ଳକ, ୨ଗୋଟି ପୈାର ପରିଷଦର ବିଭିନ୍ନ ଅଞ୍ଚଳକୁ ଭ୍ୟାନ ପରିକ୍ରମା କରିବ ବୋଲି ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବ୍ଳକର ବି.ଡି.ଓ., ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ଏବଂ ଯାଜପୁର ଓ ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.