ସାଲେପୁର, : ସାଲେପୁରରେ ଏବେ ଧାନ ଗଛରୁ କ୍ଷୀର ଛାଡିବା ସମୟ । ଠିକ୍ ଏତିକି ବେଳେ ଧାନ ଗଛକୁ ସତେ ଯେମିତି କାହାର ନଜର ଲାଗିଯାଇଛି । ବିଲରେ ଜଉ ପୋକ ଲାଗି ଧାନ ଗଛ ଗୁଡିକୁ ସବୁ ଖାଇଯାଉଛନ୍ତି । ଚାଷୀ ମୁଣ୍ଡରେ ସତେ ଯେମିତି ଚଡକ ପଡିଛି । ବର୍ଷକର ଆହାରକୁ ନଷ୍ଟ ହେଉଥିବାର ଦେଖି ମୁଣ୍ଡରେ ହାତ ଦେଇ ବିଲ ମୁଣ୍ଡରେ ବସିଛି •ଷୀ । ଏହି ବାବଦରେ ବାରମ୍ବାର କୃଷି ଅଧିକାରୀଙ୍କୁ ଅଭିଯୋଗ କରିଲା ପରେ କୃଷି ଅଧିକାରୀ ଆସି ଧାନ ବିଲ ପରିଦର୍ଶନ କରିବା ପରେ ଯାହା କହୁଛନ୍ତି ତାହା ଶୁଣି ହରଡ଼ ଘଣାରେ ଏବେ •ଷୀ । ସାଲେପୁର ବ୍ଲକ ସିଢେ଼ା ପଞ୍ଚାୟତ ଛୋଟିନଟରା ଗ୍ରାମର ଧାନ ବିଲର ଦୃଶ୍ୟ । ବିଲରେ ଜଉ ପୋକ ଓ ଚକଡା ପୋକ ଲାଗି ଧାନ ଗଛର ଅବସ୍ଥା କିଭଳି ହୋଇଛି । ଏହି ବାବଦରେ କୃଷି ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଲେ ପରେ କୃଷି ଅଧିକାରୀ ଆସି କହୁଛନ୍ତି କି ଏହି ପୋକ ପନ୍ଦର ଦିନ ହେବ ଲାଗିଲେଣି ଏ ସମୟରେ ଔଷଧ ପକେଇ କିଛି ଲାଭ ନାହିଁ । ଆପଣ ହଳଦିଆ ଅଠାଳିଆ ଯନ୍ତା ବସାନ୍ତୁ ବା ଧାନ ବିଲ ପାଇ କାଟିକି ଔଷଧ ସିଞ୍ଚନ କରନ୍ତୁ ନଚେତ ପ୍ରଧାନମନ୍ତ୍ରୀ ଫସଲ ବୀମା କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ । ଏପଟେ ବୀମା କମ୍ପାନୀ ସହ ଯୋଗାଯୋଗ କରିଲେ ସେମାନେ କହୁଛନ୍ତି କି କେବଳ ପ୍ରାକୃତିକ ବିପର୍ଯୟରେ କ୍ଷୟକ୍ଷତି ହେଲା ସହାୟତା ମିଳିବ ବୋଲି କହୁଛନ୍ତି ।