୫-ଟି ଅଧ୍ୟକ୍ଷଙ୍କ ପ୍ରତି ବଢ଼ୁଛି ସମର୍ଥନ

Support is growing for the 5T chairperson

0 222

ଭୁବନେଶ୍ୱର,୧୯ା୧୧ : ଆଇଏଏସ୍‌ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ବି ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ନେଉଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିକାଶ ଧାରାରେ ସାମିଲ ହୋଇଛି ସାରା ରାଜ୍ୟ । ଶିକ୍ଷା, ସ୍ୱାସ୍ଥ୍ୟର ଭିତ୍ତିଭୂମି ହେଉ କି ମମତା, ବିଜୁ ସ୍ୱାସ୍ଥ୍ୟ ଭଳି ଯୋଜନା । ରାସ୍ତା, ସେତୁ କିମ୍ବା କ୍ରୀଡ଼ା ପର୍ଯ୍ୟଟନର ଭିତ୍ତିଭୂମି ସବୁ କାମ ଏବେ ୫-ଟି ଅଧୀନରେ । ଏବେ ପୁଣି ଯୋଡ଼ି ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ଏକ୍‌ କରିଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ । ବିଜୟାଦଶମୀରେ ନୂଆ ନିଯୁକ୍ତି ପରଠାରୁ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରାୟ ପ୍ରତିଦିନ କିଛିନା କିଛି ସରକାରୀ ସଂସ୍ଥା ଏବଂ ବେସରକାରୀ ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ସମସ୍ୟା ସଂପର୍କରେ ୫-ଟି ଅଧ୍ୟକ୍ଷଙ୍କୁ ଜଣାଉଛନ୍ତି । କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟକୁ ନନ୍‌ଷ୍ଟପ୍‌ ଗସ୍ତ କରି ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ ୫-ଟି ଅଧ୍ୟକ୍ଷ । ଲୋକଙ୍କ ସମସ୍ୟାର ଯଥାଶୀଘ୍ର ସମାଧାନ ବି ହୋଇଥିଲା । ମନ୍ଦିର-ମସ୍‌ଜିଦ ଓ ଚର୍ଚ୍ଚ ଭିତ୍ତିଭୂମିର ବିକାଶ ୭ ଦିନରେ ହୋଇଥିଲା । ସେହିପରି ପାନୀୟ ଜଳ ସମସ୍ୟା, ରାଜ୍ୟରେ ଥିବା ବିଭିନ୍ନ ଜମିବାଡ଼ି ସମସ୍ୟାର ତକ୍ରାଳ ସମାଧାନ ହୋଇଥିଲା । ଦାୟିତ୍ୱ ନେବା ପରେ ଏହି ଗୁରୁ ଦାୟିତ୍ୱକୁ ଶ୍ରୀ ପାଣ୍ଡିଆନ ଦିନରାତି ଏକ୍‌ କରି ରାଜ୍ୟର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଚାଲିଛନ୍ତି । ଏହାଛଡ଼ା ବିଜେଡ଼ିର ବହୁ ନେତା, ମନ୍ତ୍ରୀ ଓ ପଦାଧିକାରୀଙ୍କ ସମର୍ଥନ ତାଙ୍କ ପ୍ରତି ବଢ଼ିବାରେ ଲାଗିଛି । ଜିଲ୍ଲାୱାରୀ ନେତା, ବିଧାୟକ ଓ ସାଂସଦ ନବୀନନିବାସ ଆସି ୫-ଟି ଅଧ୍ୟକ୍ଷଙ୍କୁ ଭେଟୁଛନ୍ତି । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ଖୁବ୍‌ଶୀଘ୍ର ଶ୍ରୀ ପାଣ୍ଡିଆନ ବିଜେଡ଼ିର କୌଣସି ବଡ଼ ଦାୟିତ୍ୱ ନେଇ ପାରନ୍ତି।

Leave A Reply

Your email address will not be published.