ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0 218

ଅନଗୁଳ: ଲାଞ୍ଚନେଇ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତାଳଚେର ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ (RWS&S)ର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ । ଜଣେ ଠିକାଦାରଙ୍କ ଫାଇନାଲ ବିଲ ପାସ କରାଇ ଦେବାପାଇଁ ସେ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତଙ୍କୁ ଧରିଛି। ଏହାପରେ ତାଙ୍କର ସରକାରୀ କ୍ବାଟର, ଭାପୁରରେ ଥିବା ପୈତୃକ ଘର ଏବଂ ଭୁବନେଶ୍ଵର କଳିଙ୍ଗବିହାରରେ ରହୁଥିବା ଘରେ ମଧ୍ୟ ଭିଜିଲାନ୍ସ  ପକ୍ଷରୁ ଚଢାଉ ଚାଲିଛି। ଏନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.