ଶାଶୁଘର ବାରଣ୍ଡାରେ ଧାରଣାରତ ନବବଧୂଙ୍କ ମାଣ ବସାଇବା ଘଟଣା : ସାତ ଦିନ ପତିପତ୍ନୀ ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ

202

ଗଞ୍ଜାମ : ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନ୍ ର ତପସ୍ୱିନୀ ଦାଶ ନାମ୍ନୀ ଜଣେ ନବ ବିବାହିତା ମହିଳା ସ୍ୱାମୀଙ୍କ ଘର ବାରଣ୍ଡାରେ ବସି ମାର୍ଗଶିର ମାସ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା କରିବା ଘଟଣାରେ ନବବଧୂ ତପସ୍ୱିନୀଙ୍କୁ ଡ଼ାକ୍ତର ସ୍ୱାମୀ ସୁମିତଙ୍କ ସହିତ ସାତ ଦିନ ଏକାଠି ରହିବା ପାଇଁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟଙ୍କ ଏହି ରାୟ ପରେ ଆସିକା ଥାନା ପୋଲିସ ତପସ୍ୱିନୀ ଓ ସୁମିତଙ୍କୁ ନେଇ ଆସିକା ଚିନି କଳ ଅତିଥି ଭବନରେ ରଖିଛନ୍ତି । ଏହାପରେ ସେମାନଙ୍କୁ ଆସିକା ଅଂଚଳରେ ଏକ ଭଡ଼ା ଘରେ ରଖାଯିବ । ଏହାର ତଦାରଖ କରିବ ଆସିକା ଥାନା ପୋଲିସ । ଉଭୟଙ୍କ ରହିବା, ଖାଇବା, ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ସୁମିତ ବହନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହିପରି ଏହି ସମୟ ମଧ୍ୟରେ ଗଣମାଧ୍ୟମ, ସାମାଜିକ କର୍ମୀ ଏବଂ ଉଭୟଙ୍କ ପରିବାର ଲୋକ ସେମାନଙ୍କୁ ଦେଖା କରିପାରିବେ ନାହିଁ କିମ୍ବା ଫୋନ୍ ଯୋଗେ ଯୋଗାଯୋଗ ମଧ୍ୟ କରିପାରିବେ ନାହିଁ ବୋଲି କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଏହା ବ୍ୟତୀତ ପ୍ରତିଦିନ ସ୍ୱାମି ସ୍ତ୍ରୀଙ୍କ ଚାଲିଚଳନ ଓ ହାବଭାବ ଲକ୍ଷ୍ୟ କରି କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ଆସିକା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଶାଶୁଘର ବାରଣ୍ଡାରେ ନବବଧୂ ତପସ୍ୱିନୀଙ୍କ ଧାରଣା ଗତକାଲି ୧୧ ଦିନରେ ପହଂଚି ଥିବା ବେଳେ କୋର୍ଟ ଏହି ଐତିହାସିକ ରାୟ ଦେଇଛନ୍ତି ।

Comments are closed.