ବାଲେଶ୍ୱର ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୫ ପାଳିତ

0 114

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ବାଲେଶ୍ୱର ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନାଙ୍କ ସହିତ ମାନ୍ୟବର ସଭାପତି ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂ, ପ୍ରଭାଗୀୟ ଶ୍ରମ ସଂସ୍ଥାପକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଧନ ବିଶ୍ୱାଳ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବରେନ୍ୟ ଅତିଥି ବୃନ୍ଦ ଜଗନ୍ନାଥଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ, ଧୂପ,ଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜିଲ୍ଲା ପ୍ରସାଶନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂ ଅଧ୍ୟକ୍ଷତା କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଶ୍ୱାଳ ମଞ୍ଚାସିନ ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା ପରେ ରାଷ୍ଟ୍ରୀୟ ସଙ୍ଗୀତ ପରିବେଷଣ ଏବଂ ପ୍ରଭାଗୀୟ ଶ୍ରମ ସଂସ୍ଥାପକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାନ୍ତି ଏହି ଦିବସ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପରେ ପରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂ ଏହି ଦିବସ ପାଳନର ତାତ୍ପର୍ଯ୍ୟ ବ୍ୟଖ୍ୟା କରିବା ସହ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ମାନଙ୍କ ସମ୍ପର୍କରେ ବିଶଦ ଭାବରେ ଆଲୋକପାତ କରିଥିଲେ । ତା ପରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ଯୋଜନାରେ ଯୋଗ୍ୟ ହିତାଧିରୀଙ୍କୁ ଉଚିତ ସହାୟତା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅନାନ୍ୟା ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଏବଂ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପ୍ରଧାନ ୧୮ ବର୍ଷରୁ ଉର୍ଦ୍ଧ ଏବଂ ୬୦ ବର୍ଷରୁ କମ ଶ୍ରମିକ ପଞ୍ଜିକରଣ ପୋର୍ଟାଲରେ ଆବଶ୍ୟକ ସମସ୍ତ ତଥ୍ୟ ସଂଲଗ୍ନ କରିବା ଏବଂ ଉଦ୍ଦିଷ୍ଟ ସମସ୍ତ ଯୋଜନା ର ସୁଫଳ ଲାଭ ପାଇଁ ନିଜ ନିଜର ବକ୍ତବ୍ୟ ଉପସ୍ଥିତ ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଅବଗତ କରିଥିଲେ । ଏହି ଅବସରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱରର ମାନ୍ୟବର ଶ୍ରୀଯୁକ୍ତ ଷଡ଼ଙ୍ଗୀ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯିବାର ବିଶେଷ ମହତ୍ଵପୁର୍ଣ ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହିତ ଶ୍ରମିକ ନିଜର ଶ୍ରମଦାନ କରି ରାଷ୍ଟ୍ର ନିର୍ମାଣ ରେ ସହାୟକ ହୋଇଥିବାରୁ ସେମାଙ୍କୁ ମର୍ଯ୍ୟଦା ପୂର୍ବକ ସମ୍ମାନ ଦେଲେ ସେମାନଙ୍କର ଜୀବନଶୈଳୀ ରେ ସୁଧାର ଆସିବ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ବୃନ୍ଦଙ୍କ ଦ୍ୱାରା ଯୋଗ୍ୟ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ପରିଚୟ ପତ୍ର ଓ ବିଭିନ୍ନ ବର୍ଗରେ ଯଥା ଶିକ୍ଷା, ବିବାହ, ପ୍ରସୂତୀ କାଳୀନ, ମୃତ୍ୟୁ କାଳୀନ ଓ ଅନ୍ତେଷ୍ଟି କ୍ରିୟା ନିମନ୍ତେ ସହାୟତା ରାଶି ଯୋଗାଇ ଦିଆ ଯାଇଥିଲା । ଏହି ଦିବସ ପାଳନ ଅବସରରେ ଅତିରିକ୍ତ ଶ୍ରମ ଅଧିକାରୀ ଶୈଳସୂତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସର୍ବଶେଷରେ ଜିଲ୍ଲା ପ୍ରସାଶନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋବର୍ଧନ ବିଶ୍ୱାଳ ଉପସ୍ଥିତ ସମସ୍ତ ବରେନ୍ୟ ଅତିଥି, ବିଭିନ୍ନ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ଓ ହିତାଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.