କୋଟପାଡ଼ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ସଂଘ ଗଠିତ

0 102

କୋଟପାଡ଼,:ଇତି ମଧ୍ୟରେ କୋଟପାଡ଼ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ସଂଘ ଗଠିତ ହୋଇଥିବା ଖବର ହସ୍ତଗତ ହୋଇଛି । ଉକ୍ତ ବୈଠକରେ ସ୍ୱର୍ଗତ ଏକ୍ସକ୍ୟାଡର ଶିକ୍ଷକ ଘାସିରାମ ହରିଜନଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ପରେ କୋଟପାଡ଼ ବ୍ଲକସ୍ତରରେ ଏକ୍ସକ୍ୟାଡର ସଂଗଠନର ଆବଶ୍ୟକତା ଅନୁଭବ କରି ବ୍ଳକସ୍ତରୀୟ ଏକ୍ସକ୍ୟାଡର ସଂଘ ଗଠନ କରାଯାଇଥିବା ଖବର ହସ୍ତଗତ ହୋଇଛି । ସଂଗଠନର ସଭାପତିଭାବେ କୈଳାସ ବିଷୋୟୀ, ସଂପାଦକଭାବେ ମହେନ୍ଦ୍ର ପାତ୍ର, ଉପସଭାପତି ଭାବେ ସୃଷ୍ଟି ରଞ୍ଜନ ଧାନଫୁଲ, ସହସମ୍ପାଦକ ଭାବେ ମହେନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷଭାବେ ଡମ୍ବରୁଧର ନାୟକ, ଯୁଗ୍ମ ସମ୍ପାଦକ ଭାବେ ବିଶ୍ୱନାଥ ପାଣିଗ୍ରାହୀ, ସଂଗଠନ ସମ୍ପାଦକଭାବେ ରଞ୍ଜନ କୁମାର ଦାନୀ ଓ ବିଶ୍ୱନାଥ ବିଷୋୟୀ, ଗଣମାଧ୍ୟମ ସଂଯୋଜକଭାବେ ବେଣୁଧର ବିଷୋୟୀ, ଉପଦେଷ୍ଟାଭାବେ ପବିତ୍ର ମୋହନ ସାହୁ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ସନ୍ତୋଷ କୁମାର ବିଷୋୟୀ,ଆଇନ ପରାମର୍ଶଦାତାଭାବେ ଘନଶ୍ୟାମ ବିଷୋୟୀ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିବା ଜଣାପଡ଼ିଛି । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ସଭାପତି ଚୟନପରେ ଏକ୍ସକ୍ୟାଡରମାନଙ୍କ ସର୍ବାଙ୍ଗୀନ ଉତ୍ତତି ପାଇଁ ନିଜକୁ ସମର୍ପିତ କରିବି ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.