ମୁମ୍ବାଇ,: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ନିକଟରେ ୪୯ତମ ଜନ୍ମଦିନ ପାଳନ କରିଛନ୍ତି । ଅଭିନେତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ସବୁଠୁ ନିଆରା ଥିଲା ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ସରପ୍ରାଇଜ । ଅଭିଷେକଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ଏକ ସ୍ୱତନ୍ତ୍ର ପୋଷ୍ଟ ଶେୟାର କରି ଟ୍ରୋଲରଙ୍କୁ ଚୁପ କରିଦେଇଛନ୍ତି । ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ସେ ଏହି ପୋଷ୍ଟ ଦ୍ୱାରା ସମସ୍ତଙ୍କୁ ଚୁପ କରିଦେଇଛନ୍ତି । ଅଭିଷେକ ବଚ୍ଚନଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ତାଙ୍କ ପିଲାଦିନର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଫଟୋ ଶେୟାର କରି ଐଶ୍ୱର୍ଯ୍ୟା ତାଙ୍କୁ ଭଲ ପାଇବା ଦେଇଛନ୍ତି । ଏହି ଫଟୋରେ ଅଭିଷେକ ସାଇକେଲରେ ବସିଥିବାର ନଜର ଆସିଛନ୍ତି । ଫଟୋ ଶେୟାର କରି ଐଶ୍ୱର୍ଯ୍ୟା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ଏହି ଜନ୍ମଦିନ ଆପଣଙ୍କ ଜୀବନରେ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରେମ ଆଣିଦେଉ, କେବଳ ପ୍ରେମ ନୁହେଁ ବରଂ ବହୁତ
ଆଲୋକ ମଧ୍ୟ ଆଣିଦେଉ । ଅଭିଷେକ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟାଙ୍କ ଜନ୍ମଦିନରେ କୌଣସି ପୋଷ୍ଟ ଶେୟାର କରି ନ ଥିଲେ, କିନ୍ତୁ ଐଶ୍ୱର୍ଯ୍ୟା ଏପରି କରିଥିବାରୁ ଅଭିନେତାଙ୍କୁ ଟ୍ରୋଲ କରାଯାଇଛି ।