ନୂଆଦିଲ୍ଲୀ, : ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପସାନାଙ୍କ ଝିଅ ୨୦୨୩ରେ ଏ ଦୁନିଆକୁ ଆସିଥିଲେ । ବିବାହର ପ୍ରାୟ ୧୧ବର୍ଷ ପରେ ଦୁହେଁ ମାତାପିତା ହୋଇଥିଲେ । ଏତେ ବର୍ଷ ପରେ ମାତାପିତା ହେବାର ସୌଭାଗ୍ୟ
ମିଳିଥିବାରୁ ଖୁବ ଖୁସି ହୋଇଥିଲେ ରାମଙ୍କ ପରିବାର । ହେଲେ ଏବେ ରାମଙ୍କ ବାପା ତଥା ମେଗାଷ୍ଟାର ଚିରଞ୍ଜିବି ନାତୁଣୀ ଜନ୍ମକୁ ନେଇ ଖୁସି ନଥିବା ଚର୍ଚ୍ଚା ହେଉଛି । ଏକ ଟକ୍ ସୋ\’କୁ ଯାଇ ସେ ଯେଉଁ କଥା କହିଛନ୍ତି, ଏହା ପରେ ତାଙ୍କୁ ଟ୍ରୋଲ କରାଯାଉଛି । ଚିରଞ୍ଜିବି ନିକଟରେ ବ୍ରହ୍ମା ଆନନ୍ଦମର ପ୍ରିରିଲିଜ୍ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଥିଲେ । ଏହି ସମୟରେ ସେ କହିଥିଲେ, ଯେତେବେଳେ ମୁଁ ଘରେ ଥାଏ, ମୋତେ ଏପରି ଲାଗେ ନାହିଁ ଯେପରି ମୁଁ ମୋ ନାତୁଣୀମାନଙ୍କ ଦ୍ୱାରା ଘେରି ରହିଛି । ସେତେବେଳେ ମୋତେ ଏମିତି ଲାଗେ ଯେପରି ମୁଁ ମହିଳା ହଷ୍ଟେଲର ୱାର୍ଡେନ ଓ ମୋ ଚାରିପାଖରେ କେବଳ ମହିଳାମାନେ ରହିଛନ୍ତି । ମୁଁ କାମନା କରୁଛି ଯେ, ରାମ ଚରଣଙ୍କର ଅତି କମରେ ଏଥର ପୁଅ ହେଉ, ଯାହାଦ୍ୱାରା ଆମର ବଂଶ ଓ ପରମ୍ପରା ଆଗକୁ ବଢିବ । ମୋତେ ଡର ଲାଗୁଛି, ଯେମିତି ଏଥର ବି ଝିଅ ନହୋଇଯାଉ । ତାଙ୍କର ଏଭଳି ବୟାନ ଏବେ ଅନେକଙ୍କୁ ପସନ୍ଦ ଆସିନାହିଁ । ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଛି ।
‘ଘରେ ମୋତେ ଲେଡିଜ୍ ହଷ୍ଟେଲ ଭଳି ଅନୁଭବ ହୁଏ’
Prev Post