ମିଥୁନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଏମସ

0 64

ମୁମ୍ବାଇ, : ବିଏମସି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ତେବେ ଅଭିନେତାଙ୍କୁ ଏହି ନୋଟିସ ବେଆଇନ ନିର୍ମାଣ ଅଭିଯୋଗରେ ଜାରି କରାଯାଇଛି । ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ଦ୍ୱାରା ପଠାଯାଇଥିବା ନୋଟିସରେ ଜବାବ ପାଇଁ ମାତ୍ର ୭ ଦିନର ସମୟ ଦିଆଯାଇଛି । ସୂଚନାଯୋଗ୍ୟ, ମିଥୁନଙ୍କୁ ମୁମ୍ବାଇର ମାଲାଦର ଏରଙ୍ଗଲ ଗାଁରେ ହୋଇଥିବା ବେଆଇନ ନିର୍ମାଣ ଘଟଣାକୁ ନେଇ ନୋଟିସ ଦିଆଯାଇଛି । ବିଏମସି ମଇ ୧୦ ତାରିଖରେ ଏହି ନୋଟିସ ଜାରି କରିଛି । ଏହି ନୋଟିସରେ ବିଏମସି ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍‌ ଆଇନର ବିଭିନ୍ନ ଧାରା ଅନୁଯାୟୀ ବେଆଇନ ନିର୍ମାଣକୁ ଉଲ୍ଲେଖ କରିଛି । ନୋଟିସରେ ବିଏମସି ଅଭିଯୋଗ କରିଛି ଯେ ଅନୁମତି ବିନା ଗ୍ରାଉଣ୍ଡ-ପ୍ଲସ୍‌-ମେଜନାଇନ୍ ଫ୍ଲୋର୍ ସହିତ ଦୁଇଟି ଗଠନ, ଗୋଟିଏ ଗ୍ରାଉଣ୍ଡ-ଫ୍ଲୋର୍‌ ଷ୍ଟ୍ରକଚର ଏବଂ ତିନୋଟି ଅସ୍ଥାୟୀ ୧୦୍‍୧୦ ୟୁନିଟ୍ ନିର୍ମାଣ କରାଯାଇଥିଲା । ଏହି ୟୁନିଟଗୁଡ଼ିକରେ ଇଟା, କାଠ ପଟା, କାଚ କାନ୍ଥ ଏବଂ ଏସି ସିଟ୍ ଛାତ ବ୍ୟବହାର କରାଯାଇଛି । ଯାହା ନିୟମର ଉଲ୍ଲଂଘନ କରିଛି । ଯଦି କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ନ ମିଳେ, ତେବେ ନିର୍ମାଣକୁ ଭାଙ୍ଗି ଦିଆଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ତେବେ ବେଆଇନ ନିର୍ମାଣକୁ ନେଇ ହୋଇଥିବା ଅଭିଯୋଗକୁ ମିଥୁନ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରି କହିଛନ୍ତି, \”ମୋର କୌଣସି ବେଆଇନ ନିର୍ମାଣ ନାହିଁ । ଅନେକ ଲୋକଙ୍କୁ ଏନେଇ ନୋଟିସ ପଠାଯାଇଛି । ଆମକୁ ବି ପଠା ଯାଇଥିଲା । ଆମେ ଆମର ଉତ୍ତର ପଠାଇ ଦେଇଛୁ ।\’

Leave A Reply

Your email address will not be published.