ମାଡାମ ତୁସାଦରେ ଅଭିନେତାଙ୍କ ସହ ପୋଷା କୁକୁରର ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

0 75

ନୂଆଦିଲ୍ଲୀ, : ଫିଲ୍ମ \”ଆର୍‌ଆର୍‌ଆର୍‌\’ର ସଫଳତା ପରେ ଗ୍ଲୋବାଲ୍ ଷ୍ଟାର୍‌ ପାଲଟି ଯାଇଛନ୍ତି ସାଉଥ୍‌ ସୁପରଷ୍ଟାର୍ ରାମଚରଣ । ଏବେ ତାଙ୍କ ସଫଳ କ୍ୟାରିୟରରେ ଆଉ ଏକ ଉପଲବ୍ଧି ଯୋଡି ହୋଇଛି । ଲଣ୍ଡନର ଫେମସ୍ ୱାକ୍ସ ମ୍ୟୁଜିୟମ୍‌ ମାଡାମ ତୁସାଦରେ ପୋଷା କୁକୁର ରାଇମ ସହିତ ରାମଚରଣଙ୍କ ଏକ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ପୂର୍ବରୁ ମଧ୍ୟ ବହୁ ଭାରତୀୟ ସେଲିବ୍ରିଟିଙ୍କ ମହମ ପ୍ରତିମା ତିଆରି ହୋଇସାରିଛି । ହେଲେ ରାମଚରଣଙ୍କ ପ୍ରତିମାଟି ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । କାରଣ ଏହା ହେଉଛି କୌଣସି ସେଲିବ୍ରିଟିଙ୍କର ପ୍ରଥମ ମହମ ପ୍ରତିମା, ଯେଉଁଥିରେ ସାଥିରେ ତାଙ୍କ ପୋଷାପ୍ରାଣୀ ଶୋଭା ପାଉଛି । ଏହା ପୂର୍ବରୁ କୌଣସି ଭାରତୀୟ ସେଲିବ୍ରିଟିଙ୍କର ଏଭଳି ମହମ ପ୍ରତିମା ତିଆରି କରାଯାଇ ନଥିଲା । ଲଣ୍ଡନରେ ଅନୁଷ୍ଠିତ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ରାମଚରଣ, ତାଙ୍କ ପରିବାର ଓ ବନ୍ଧୁବର୍ଗ ଯୋଗ ଦେଇଥିଲେ । ଏହି ଉନ୍ମୋଚନ ସମୟରେ ଅଭିନେତାଙ୍କ ପରିବାର ଭାବବିହ୍ୱଳ ହୋଇପଡିଥିଲେ । ତେବେ ଏହି ମହମ ପ୍ରତିମୂର୍ତ୍ତିରେ ରାମଚରଣଙ୍କର ଓସ୍କାର୍ ପୁରସ୍କାର ସମାରୋହରେ ଯୋଗ ଦେବା ସମୟର ଲୁକ୍ ରହିଛି ।

Leave A Reply

Your email address will not be published.