କିଛି ଦିନ ପରେ ଅଗଷ୍ଟ ପନ୍ଦର କିନ୍ତୁ କାକୀ ମନ୍ଦିର ଛକରେ ଆଉ ଉଡ଼ୁନି ପତାକା

0 250
ପୁରୁଷୋତ୍ତମପୁର ସହରର କାଳୀ ମନ୍ଦିର ଛକରେ ଏକ ବର୍ଷ ଦଶ ମାସ ପୂର୍ବରୁ ଅର୍ଥାତ ୩୧/0୮/୨୦୨୩ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ପୂର୍ବତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ କର କମଳ ରେ ଏବଂ ପୂର୍ବତନ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ,କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର,ପୂର୍ବତନ ଅଧକ୍ଷା, ଉପାଧ୍ୟକ୍ଷ ଏବଂ ସମସ୍ତ କାଉନସିଲ ଜେଇ ଙ୍କ ଉପସ୍ଥିତି ରେ ଆସ୍କା ହୁମା ଏବଂ ବ୍ରହ୍ମପୁର କୁ ସଂଯୋଗ କରୁଥିବା କାଳୀ ମନ୍ଦିର ଛକରେ ଆମ ଦେଶର ସମ୍ମାନ ଜାତୀୟ ପତାକା ଅନୁମାନିକ(୧୦୦ ଫୁଟ) ଉଚ୍ଚତା ର  ଖୁଣ୍ଟ ରେ ପତାକା ଲଗା ଯାଇ ଉନ୍ମୋଚନ କରାଯାଇଥିଲା | କିନ୍ତୁ ଦୁଃଖଓ ପରିତାପର ବିଷୟ ଏହିକି ଜାତୀୟ ପତାକା ର ଫଳକରେ ଅଟକ ମୂଲ୍ୟ ନଥାଇ ଉଦଘାଟନ କରାଯାଇଥିଲା | ତା -୨୪/୪/୨୦୨୪ ରିଖରେ ହଠାତ କାଳ ବୈଶାଖୀ  ପ୍ରଭାବରେ ପୁରୁଷୋତ୍ତମପୁର କାକୀ ମନ୍ଦିର ସହରରେଲାଗି ଥିବା ନିମ୍ନ ମାନର ଜାତୀୟ ପତାକା ଖୁଣ୍ଟି  ଭାଙ୍ଗି ଯାଇଥିଲା  | କିନ୍ତୁ ଭାଗ୍ୟ ଭଲ ଯେ  ସେହି ସମୟ ରେ ଏହି ଖୁଣ୍ଟ ପଡିକେହି ଆହତ ହୋଇ ନାହାନ୍ତି |  ଆଉ କେଇ ଦିନ ପରେ ସ୍ୱାଧୀନତା ଦିବସ ଆସିବାକୁ ଯାଉଛି |  ଦୁଇ ବର୍ଷ ତଳେ ଲାଗିଥିବା ଜାତୀୟ ପତାକା କିନ୍ତୁ ଆଉ ସେଠାରେ ଉଡ଼ିବନି |  ଜନ ସାଧାରଣ ଏହି ଶୁଉଚ ଜାତୀୟ ପତାକା କୁ ଦେଖି  ବହୁତ ଖୁସି ହେଉଥିଲେ  | କିନ୍ତୁ ଏହି ଜାତୀୟ ପତାକା  ଏଠାରେ ଉଡ଼ୁନାହିଁ କିମ୍ବା ଏହାକୁ ପୁଣି ସହରରେ ଲଗାଇବାକୁ ଏନ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ, ଅଧକ୍ଷ ଏବଂ କାଉସିଲର ମାନଙ୍କ ଇଛାଶକ୍ତି ଦେଖିବାକୁ ମିଳୁନି  |  କିନ୍ତୁ ଦର୍ଭାଗ୍ୟ ର ବିଷୟ ଏହିକିଯେ ଏହି ଜାତୀୟ ପତାକା ଖୁଣ୍ଟି ଡଷ୍ଟବିନ ଭଳିଆ ଏକ କାଦୁଅ ଜାଗାରେ ପଡି ନଷ୍ଟ ହେବାରେ ଲାଗିଛି  | ଏହାକୁ ଟେଣ୍ଡର ନେଇ ଲଗାଇଥିବା କଣ୍ଟ୍ରାକ୍ଟର ମଧ୍ୟ ଧ୍ୟାନ ଦେଉନାହାନ୍ତି କିନ୍ତୁ ଜନସାଧାରଣ ଙ୍କ ପ୍ରଶ୍ନ ଏହାର ଅଟକଳ ମୂଲ୍ୟ କେତେ? ଏହାର ମେଣ୍ଟେନାନ୍ସ ପାଇଁ କଣ୍ଟ୍ରାକ୍ଟର ଙ୍କୁ ଏଗ୍ରିମେଣ୍ଟ କରାଯାଇନି କି? ଏହାର ଠିକାଦାର ଏବଂ ଏହି କାର୍ଯ୍ୟରେ ନିୟୋଜିତ ଥିବା ସରକାରୀ ଅଫିସରଙ୍କ ଉପରେ ତଦନ୍ତ ହେଲେ ପ୍ରକୃତ ଅଟକଳ ମୂଲ୍ୟ କେତେ ଖର୍ଚ୍ଚ ହୋଇଛି, କେଉଁଭଳି ଷ୍ଟ୍ରଙ୍ଗ ଖୁଣ୍ଟ ଯାହାକି ଟିକେ ପବନରେ ଭାଙ୍ଗି ଯାଉଛି, ଜିଲ୍ଲା ର ଅନ୍ୟନ୍ୟ ବ୍ଳକ ରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେଉଁଠି ସେହି ପତକା  ଫର ଫର ହୋଇ ଉଡ଼ୁଛି ଭାଙ୍ଗି  ଯାଇନି କିନ୍ତୁ ଏଠାରେ ଟିକେ ପବନରେ ଭାଙ୍ଗି ଯାଉଛି | ଜନ ସାଧାରଣ ଏହି ପତକା ଖୁଣ୍ଟ ଲଗାଇବାରେ କେତେ ତୋଷାରପାତ ହୋଇଛି ବୋଲି ଚର୍ଚ୍ଚା କରୁଛନ୍ତି  |  ତେଣୁ ଏହା ଉପରେ ତଦନ୍ତ ହେବା ନିହାତି ଜରୁରୀ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ଚାହା ଖଟିରେ ଚର୍ଚ୍ଚା ଜୋର ଧରିଛି  |
Leave A Reply

Your email address will not be published.