୨୧ରୁ ସଂସଦର ମୌସୁମୀ ଅଧିବେଶନ

0 67

ନୂଆଦିଲ୍ଲୀ, : ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶ । ପିଏମ୍ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଓ ବିରୋଧ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ୨୧ ଜୁଲାଇରୁ ଆରମ୍ଭ ହୋଇ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ସରକାର ଚଳିତ ଏଥର ୮ଟି ନୂଆ ବିଲ୍ ଆଗତ କରିବାକୁ ଯାଉଛନ୍ତି । ଏହାଛଡା ଇନକମ ଟ୍ୟାକ୍ସ ବିଲକୁ ମଧ୍ୟ ଚଳିତ ଅଧିବେଶନରେ ପାସ୍ କରିବାର ଚେଷ୍ଟା କରାଯିବ । ସେଭଳି ମଣିପୁରରେ ରାଷ୍ଟ୍ରପତି ଶାସନକୁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇପାରେ । ଲୋକସଭା ସଚିବାଳୟ ଯେଉଁ ପ୍ରମୁଖ ବିଲ୍‌ ବିଷୟରେ ସୂଚନା ଦେଇଛି, ତା ଭିତରେ ଟ୍ୟାକ୍ସ, ଶିକ୍ଷା, କ୍ରୀଡା ଓ ଖଣିଜ ନୀତି ସମ୍ପର୍କିତ ବିଲ୍ ରହିଛି । ଲୋକସଭାରେ ମଣିପୁର ବସ୍ତୁ ଏବଂ ସେବା କର ବିଲ୍‌ ୨୦୨୫, ଜନ ବିଶ୍ୱାସ ବିଲ୍‌, ଭାରତୀୟ ପ୍ରବନ୍ଧ ସଂସ୍ଥାନ ବିଲ୍‌, ଟିକସ ନିୟମ ବିଲ୍‌ ଆଗତ କରାଯିବ । ସେଭଳି ଭୂ-ଐତିହ ସ୍ଥଳ ଓ ଭୂ-ଅବଶେଷ ସରକ୍ଷଂଣ ବିଲ୍‌, ଖଣିଜ ଓ ଖାଦାନ ବିଲ୍‌, ରାଷ୍ଟ୍ରୀୟ ଖେଳ ପ୍ରଶାସନ ବିଲ୍‌ ଏବଂ ରାଷ୍ଟ୍ରୀୟ ଡୋପିଂ ନିରୋଧି ବିଲ୍ ଆଗତ କରାଯିବା ସହ ଏଥିରେ ସଂଶୋଧନ କରାଯିବ । ଏହାଛଡା ଗୋଆରେ ଅନୁସୂଚିତ ଜନଜାତିଙ୍କ ବିଧାନସଭାରେ ପୁନଃ ପ୍ରତିନିଧିବ ନିର୍ଦ୍ଧାରଣ ବିଲ୍ ୨୦୨୪, ମର୍ଚେଣ୍ଟ ଶିପିଂ ବିଲ୍‌, ଭାରତୀୟ ବନ୍ଦର ବିଲ୍‌ ଓ ଆୟକର ବିଲକୁ ପାସ୍କ ରାଯିବାର ଆଶା ରହିଛି । ଏଥର ସାଂସଦଙ୍କୁ \”ମେମ୍ବର୍ସ ପୋର୍ଟାଲ\’ ମାଧ୍ୟମରେ ସମନ୍ ଓ ସୂଚନା ପଠାଯାଇଛି । ସବୁ ସାଂସଦଙ୍କୁ ଅଧିବେଶନର ସିଡ୍ୟୁଲ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଡିଜିଟାଲ ଭାବରେ ସୂଚନା ଦିଆଯାଇଛି । ଅନ୍ୟପକ୍ଷେ କଂଗ୍ରେସ ସହ ପ୍ରମୁଖ ବିରୋଧି ଦଳ ମଧ୍ୟ ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲରେ ସରକାରଙ୍କୁ ଘେରିବାର ପ୍ରସ୍ତୁତି କରୁଛି । ଚଳିତ ଅଧିବେଶନରେ ବିହାର ମତଦାତା ସୂଚି ରିଭିଜନକୁ ନେଇ ବିରୋଧି ହଙ୍ଗାମା କରିବାର ସମ୍ଭାବନା ରହିଛି । ସେଭଳି ଅପରେସନ୍ ସିନ୍ଦୂର ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ନେଇ ସରକାରଙ୍କୁ ଘେରିପାରେ ବିରୋଧି ।

Leave A Reply

Your email address will not be published.