୧୪ତମ କ୍ରିକେଟ ଚମ୍ପିୟାନସିପ ମେଦିନିପୁର କୁ ହରାଇ ଡୁଙ୍ଗରିପଦର ବିଜୟ

0 175

ଭବାନୀପାଟଣା: ଭବାନୀପାଟଣା ବ୍ଲକ ର ଥୁଆପଦର ଗ୍ରାମପଞ୍ଚାୟତ ରେ ୧୪ତମ କ୍ରିକେଟ ଚାମ୍ପିଅନସିପ ୨୦୨୨ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିୟାନସିପ କ୍ରିକେଟ ମ୍ୟାଚ ରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ରେ ମେଦିନିପୁର ଓ ଡୁଙ୍ଗରିପଦର ମଧ୍ୟରେ ହୋଇଥିଲା । ପ୍ରଥମେ ଟସ ଜିତି ଡୁଙ୍ଗରିପଦର ଦଳ ନିର୍ଦ୍ଧାରିତ ୧୨ ଓଭର ରେ ୬ ଉଇକେଟ ହରାଇ ୧୦୯ ସଂଗ୍ରହ କରିଥିଲେ । ଦଳ ର ଆକାଶ ୧୬ ରନ କରିଥିଲେ ପରେ ମେଦିନିପୁର ଦଳ ୧୨ ଓଭର ରେ ୬ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରି ପରାସ୍ତ ହେଲେ ଓ ଡୁଙ୍ଗରିପଦର ଦଳ ୧ ରନ ବିଜୟ ହେଲେ ବିଜୟ ଡୁଙ୍ଗରିପଦର ଦଳ କୁ ୧୨୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିବା ବେଳେ ମେଦିନିପୁର ଦଳ କୁ ୭୫୦୦ ଓ ଟ୍ରଫି ପ୍ରଦାନ କରିଥିଲେ। ଉକ୍ତ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ବେଣୁଧର ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭବାନୀପାଟଣା ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅରବିନ୍ଦ ସାହୁ ପଞ୍ଚାୟତ ଯୁବ ବିଜେଡି ସଭାପତି ଶ୍ରୀକାନ୍ତ ବେନିଆ ସରପଞ୍ଚ ପାର୍ଥି ଡକ୍ଟର ହରପାଳ ଭବାନୀ ମଙ୍ଗରାଜ ସମସ୍ତେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉସ୍ତାହିତ କରିଥିଲେ । ମ୍ୟାଚ ରେ ଖୁସି ଭୋଇ ଓ ଜିତେନ ଯାନୀ ଅମ୍ପେୟାର ଥିଲେ ଆକାଶ ହରପାଳ ବିନୋଦ ହରପାଳ ବବୁଲୁ ମହାନନ୍ଦ ମହେନ୍ଦ୍ର ଯାନୀ ଅଶ୍ୱିନ ଯାନୀ ଯୋଶବନ୍ତ ଚତୁର୍ଭୁଜ ନାଏକ ପିଣ୍ଟୁ ଗିରିଧର ଯାନୀ ଙ୍କ ପ୍ରଚେଷ୍ଟା ରେ ଓ ସହଯୋଗ ରେ ମ୍ୟାଚ ଗୁଡିକ ଅନୁଷ୍ଠିତ ହୋଇଥିଲା । ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.