ସହମତି ପ୍ରକାଶ କଲେ ନିଗମର ସମସ୍ତ କର୍ପୋରେଟର

0 127

ଆଜି ମହାନଗର ନିଗମର ଏକ ସ୍ବତନ୍ତ୍ର ବୈଠକ ନିଗମ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଥିଲା। ଏହି ଅବସରରେ ପୂର୍ଣ୍ଣାଙ୍ଗ ମହାନଗର ପାଇଁ 2008 ରେଜ ଲ୍ୟୁସନ୍ ଅନୁସାରେ କୁକୁଦାଖଣ୍ଡି ବ୍ଲକ ଓ ରଙ୍ଗେଇଲୁଣ୍ଡା ବ୍ଲକ ର 13 ଗ୍ରାମ ସାମିଲ ନେଇ ପ୍ରସ୍ତାବ ଥିଲା। ଏହି ପ୍ରସ୍ତାବ ଅନୁସାରେ 4ଗ୍ରାମ ପୂର୍ବରୁ ସହମତି ଦେଇଥିଲେ। ବର୍ତମାନ ଆଉ 9ଟି ଗ୍ରାମ ସହମତି ଚିଠି ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ। ତେବେ ସମୁଦାୟ 13ଟି ଗ୍ରାମ କୁ ସହରରେ ସାମିଲ କରିବା ପାଇଁ କାଉନସିଲ ଅନୁମୋଦନ ଓ ସ୍ଵୀକୃତି ପାଇ ଗଞ୍ଜାମ ଜିଲାପାଳ ଏକ ଚିଠି କରିଥିଲେ ବ୍ରହ୍ମପୁର ମହାନଗର ନିଗମ କୁ। ଆଜି ସେଥିପାଇଁ ଏକ ବୈଠକ ଆହ୍ବାନ କରାଯାଇଥିଲା। ମେୟର ସଂଘମିତ୍ରା ଦଳେଇ ଜିଲ୍ଲାପାଳ ଙ୍କ ଚିଠି ପଢ଼ି ସହମତି କି ନାହିଁ କର୍ପୋରେଟର ଙ୍କୁ ପଚାରିଥିଲେ। ସମସ୍ତ କର୍ପୋରେଟର ଟେବୁଲ୍ ବାଡେଇ ପୂର୍ଣ୍ଣାଙ୍ଗ ବ୍ରହ୍ମପୁର ମହନଗର ରେ 13ଗ୍ରାମ ସାମିଲ କୁ ସ୍ବାଗତ କରିଥିଲେ।

Leave A Reply

Your email address will not be published.