ମୁମ୍ବାଇ, ୧୦ା୧୨: ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ଏବେ ମହଙ୍ଗା ପଡ଼ିଛି । ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍ ଜାରି କରାଯାଇଛି । ଆହ୍ଲାବାଦ ହାଇକୋର୍ଟର ଲକ୍ଷେ୍ନø ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି । ଗୁଟଖା ବିଜ୍ଞାପନ ମାମଲାରେ ତିନି କଳାକାରଙ୍କୁ ନୋଟିସ ଜାରି କରାଯାଇଥିବା ଲକ୍ଷେ୍ନø ବେଞ୍ଚକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ଶୁଣାଣି କରୁଛନ୍ତି ଏହି ଆବେଦନକୁ ଖାରଜ କରାଯିବା ଉଚିତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ୨୦୨୪ ମେ’ ୯ ପାଇଁ ସ୍ଥିର କରାଯାଇଛି । ଜଷ୍ଟିସଙ୍କ ଏକକ ବେଞ୍ଚ ଅବମାନନା ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି । ପାନ ମସଲା ପ୍ର•ର କରୁଥିବା କଳାକାର ଶାହାରୁଖ, ଅକ୍ଷୟ ଏବଂ ଅଜୟଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଭଳି ସ୍ଥିତିରେ ପିଟିସନ ଦାଖଲ କରିଥିବା ଓକିଲ କହିଛନ୍ତି ଯେ ଯୁବକମାନଙ୍କ ଲାଗି ଏହି ପଦକ୍ଷେପ ଠିକ୍ ନୁହେଁ । କଳାକାରମାନେ ଏଭଳି କରିବା ଦ୍ୱାରା ଲୋକେ ଦ୍ୱ-ରେ ପଡୁଛନ୍ତି ବୋଲି ସେ କହିଛନ୍ତି । ଏହା ପରେ ଅବମାନନା ଆବେଦନ ଶୁଣାଣି ବେଳେ ହାଇକୋର୍ଟ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି । ଶୁକ୍ରବାର ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେ ହାଇକୋର୍ଟଙ୍କୁ କହିଛନ୍ତି ଯେ ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ କେନ୍ଦ୍ର ସୋ’କାରଣ ଦର୍ଶାଅ ନୋଟିସ ଜାରି କରିଛି । ଅଦାଲତଙ୍କୁ ଏହା ମଧ୍ୟ କୁହାଯାଇଛି ଯେ ଅମିତାଭ ବଚ୍ଚନ ଏକ ଗୁଟଖା କମ୍ପାନୀକୁ ଏକ ଆଇନଗତ ନୋଟିସ ପଠାଇଛନ୍ତି ଯାହା ତାଙ୍କ ବିଜ୍ଞାପନ ଦେଖାଉଥିଲେ ହେଁ ସେ ଏହା ସହିତ ଚୁକ୍ତିନାମା ବାତିଲ କରିସାରିଛନ୍ତି ।