ରାଜ୍ୟପାଳ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ

Governor meets Naveen Patnaik and inquires about his health

0 175

ଭୁବନେଶ୍ୱର, : ସୋମବାର ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥବସ୍ଥା ପଚାରି ବୁଝିଥିଲେ । ସାକ୍ଷାତ ସମୟରେ ଦୁଇ ନେତା ପ୍ରାୟ ୧୫- ୨୦ ମିନିଟ୍ ପର୍ଯ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ବିରୋଧି ଦଳ ନେତା ଶ୍ରୀ ପଟ୍ଟନାୟକ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ବର୍ତ୍ତମାନର ସ୍ଥିତି ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଆଲୋଚନା ବନ୍ଧୁତ୍ୱପୂର୍ଣ୍ଣ ଏବଂ ଅନୌପଚାରିକ ରହିଥିଲା । ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କର ଆଶୁ ଆରୋଗ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ରାଜ୍ୟପାଳ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.