ମାହାଙ୍ଗା,: ରାଜ୍ୟ ନବୀନ ସରକାରଙ୍କ ପ୍ରତିଟି ଜନକଲ୍ୟାଣ ଯୋଜନାକୁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଘରେ ଘରେ ପହଞ୍ଚାଇବା ଦିଗରେ ସଦା ସର୍ବଦା ଅହରହ କାର୍ଯ୍ୟକରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ବହୁ ବିକାଶମୂଳକ ଯୋଜନାକୁ ସୁଚାରୁ ରୁପେ ଦୀର୍ଘ ବର୍ଷଧରି କାର୍ଯ୍ୟକରି ଆସୁଥିବା ମାହାଙ୍ଗାବାସୀଙ୍କ ସୁଖ ଦୁଃଖର ସାଥୀ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ଆଜି ମାହାଙ୍ଗା ବିଜୁ ଜନତାଦଳ ପକ୍ଷରୁ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଗାମୀ ମିଶନ୨୦୨୪ ନିର୍ବାଚନରେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଯେପରି ଅଧିକରୁ ଅଧିକ ସଂଖ୍ୟକ ଭୋଟରେ ବିଜୁ ଜନତା ଦଳ ବିଜୟ ଲାଭ କରିବ ସେଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରତାପ ଜେନା ସମସ୍ତ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିବା ବେଳେ ବିଧାୟକ ଶ୍ରୀ ଜେନାଙ୍କ ଦୃଢ ସଂଗଠନ ଫଳରେ ଆସନ୍ତା ନିର୍ବାଚନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜୁ ଜନତା ଦଳର ବିକାଶମୂଳକ କାର୍ଯ୍ୟହିଁ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ମାହାଙ୍ଗା ଜଳେଶ୍ୱରପୁର ବଣୁଆ କଲେଜ ପଡିଆ ପରିସରରେ ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ଏକ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମରେ ୩୯ଏବଂ ୪୧ନଂ ଜିଲ୍ଲାପରିଷଦ ଜୋନର ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିବା ବେଳେ ବିଜୁ ଜନତା ଦଳର ବିକାଶମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବେ ବୋଲି ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ଜନତାଦଳ ମୁଖପାତ୍ର ତମ୍ବୁନାଥ ପଣ୍ଡା, କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ସାହୁ, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ଜିଲ୍ଲାପରିଷଦ ସଭ୍ୟ ସେକ ରିୟାଜୁଲ ହୋଦା, ଜଗବନ୍ଧୁ ସେଠୀ, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ଯୁବନେତା ଅମୀୟ ନାୟକ, ପ୍ରଦୀପ୍ତ ବିଶ୍ୱାଳ, କଟକ ଜିଲ୍ଲା ବିଜୁ ମହିଳା ସମ୍ପାଦିକା ମନ୍ଦାକିନୀ ରାଉତ, କଇଥା ସମିତିସଭ୍ୟା ବନଲତା ଦଳେଇ, ଯୁବ ବିଜେଡିନେତା ଭବାନୀଶଙ୍କର ସାମଲ, ବିଜୁଜନତା ଦଳର ଦୃଢ଼ ସଂଗଠକ ପ୍ରିତମ କାନୁନଗୋ, ପ୍ରଶାନ୍ତ କର, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ଶରତ ମହାପାତ୍ର, ହିମାଂଶୁ ପୃଷ୍ଟି, ବ୍ଲକ ବିଯେଡି ସୋସିଆଲ ମିଡ଼ିଆ ସମ୍ପାଦକ କିଶୋର ରାଉତ, ହିତେଶ ରାଉତ, ରାମକୃଷ୍ଣ ସାହୁଙ୍କ ସମେତ ଜୋନ ସ୍ତରୀୟ ସଭ୍ୟ ସଭ୍ୟା, ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳ ନେତୃବୃନ୍ଦ ଏବଂ ସମସ୍ତ ବିଜୁ ଜନତା ଦଳ କର୍ମୀ ମାନେ ଯୋଗଦାନ କରିବା ସହ କିପରି ବିଜୁ ଜନତା ଦଳକୁ ଅଧିକରୁ ଅଧିକ ମଜବୁତ୍ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନ ଫଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୁର୍ନବାର ବିଜୁ ଜନତା ଦଳ ବିପୁଳ ସଂଖ୍ୟାରେ ବିଜୟ ଲାଭ କରାଇବା ସହ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସକାର କରିବା ନେଇ ମତପ୍ରକାଶ କରିଥିଲେ ।