ଭିଜିଲାନ୍ସ ଜାଲରେ କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର

0 200

ବଲାଙ୍ଗୀର ୨୯/୧୨: ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଏକା ସାଙ୍ଗରେ ତିନୋଟି ସ୍ଥାନରେ ଭିଜିଲାନ୍ସର ଚାରୋଟି ଟିମ୍ ଚଢଉ ଜାରି ରଖିଛି। ସୂଚନା ମୁତାବିକ, ବଲାଙ୍ଗୀର ଜିଲ୍ଲା ପ୍ୟାଲେସ ଲାଇନ୍ ସ୍ଥିତ ନିଜ ଘରେ ଭିଜିଲାନ୍ସ ଚଢ଼ଉ କରିଛ। ଏଥି ସହିତ ରୁଗୁଡ଼ିପଡ଼ା ସ୍ଥିତ ସଂପର୍କୀୟଙ୍କ ଘରେ ଓ ବିଡିସିସି ବ୍ୟାଙ୍କରେ ଏକକାଳୀନ ଚଢାଉ ଜାରି ରହିଛି । ବଲାଙ୍ଗୀର, ବରଗଡ, ସୋନପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ୍ ଖୋଳତାଡ କରୁଛି । ଚଢାଉ ବେଳେ ଆସିଷ୍ଟାଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରୁ ସୁନା, ନଗଦ ଟଙ୍କା, ୩ଟି ଜମି କାଗଜପତ୍ର , ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଥିବାରୁ ଏଯାଏଁ ସମ୍ପତ୍ତିର ଆକଳନ କରି ପାରିନି ଭିଜିଲାନ୍ସ ଟିମ୍ । ପୂର୍ବରୁ ସୁଧୀର ନନ୍ଦଙ୍କ ନାଁରେ ଅନେକ ଅଭିଯୋଗ ରହିଛି ।

Leave A Reply

Your email address will not be published.