ବିଷାକ୍ତ ହେଉଛି ମହାନଦୀର ପାଣି

Mahanadi River water is poisonous

0 159

ଭୁବନେଶ୍ୱର,୨୩ା୧୧ : ମହାନଦୀ ପାଣିରେ ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁ । ପ୍ରଦୂଷଣ ବଢୁଥିବା ବେଳେ ଏହା ଏବେ ଚିନ୍ତାର କାରଣ ହୋଇଛି । ପ୍ରଦୂଷଣର କାରଣ ପାଲଟିଛି କଳକାରଖାନାରୁ ନିଷ୍କାସିତ ହେଉଥିବା ପାଣି । ସହରର ବର୍ଜ୍ୟବସ୍ତୁ ବି ମହାନଦୀରେ ମିଶୁଛି । ସମ୍ବଲପୁର ଓ କଟକରେ ମହାନଦୀ ସବୁଠୁ ଅଧିକ ପ୍ରଦୂଷଣ ଥିବା କହିଛନ୍ତି ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ । ମହାନଦୀକୁ ଓଡ଼ିଶାର ଲାଇଫ୍‌ ଲାଇନ୍‌ ବା ଜୀବନ ରେଖା କୁହଯାଏ । କିନ୍ତୁ ଏହି ଜୀବନ ରେଖାରେ ଏବେ ଜୀବନ ପାଇଁ ବିପଦ ସୃଷ୍ଟି କରୁଥିବା ଜୀବାଣୁ ରହିଛି । କଳକାରଖାନାର ବର୍ଜ୍ୟବସ୍ତୁ ଓ ସହରର ଆବର୍ଜନା ଜଳଧାରାରେ ମିଶୁଥିବାରୁ ମହାନଦୀର ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ମହାନଦୀ ପାଣିରେ ବିଭିନ୍ନ ରୋଗ ସୃଷ୍ଟିକାରୀ ଅଣୁଜୀବ ପରିମାଣ ବଢ଼ିବାରେ ଲାଗିଛି । ବର୍ଷା ଋତୁ ପରେ ଉପରମୁଣ୍ଡରେ ଛତିଶଗଡ଼ ପାଣି ଅଟକାଉଥିବାରୁ ଜଳପ୍ରବାହ ସ୍ୱାଭାବିକ ହେଉନାହିଁ । ଫଳରେ ମହାନଦୀ ଶୁଖିଯାଉଛି । ବିଭିନ୍ନ ସ୍ଥାନରେ ଜଳଧାରା ଅଟକି ଯାଉଛି । ଏପଟେ ସହରର ଦୂଷିତ ଜଳ ମହାନଦୀରେ ମିଶୁଛି । ଯାହା ପାଣିକୁ ବିଷାକ୍ତ କରିଦେଉଛି । ବିଶେଷ କରି ସମ୍ବଲପୁର ଓ କଟକରେ ପ୍ରଦୂଷଣ ଅଧିକ ଥିବା ଜଳ ପରୀକ୍ଷାରୁ ଜଣାପଡିଛି । ସୋନପୁର ଓ ବୌଦ୍ଧରେ ପ୍ରଦୂଷଣ ଅପେକ୍ଷାକୃତ କମ୍‌ । ସମ୍ବଲପୁର ସହରବାସୀ ଏହି ଘଟଣାକୁ ନେଇ ବାରମ୍ବାର ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ କୌଣସି ସୁଫଳ ମିଳୁ ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିମାସରେ ସମ୍ବଲପୁରର ୪ଟି ସ୍ଥାନରୁ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ପରୀକ୍ଷାରୁ ଜଣାପଡ଼ିଛି ମହାନଦୀ ପାଣି ଏବେ ଗ୍ରେଡ୍‌-ସି, ଗ୍ରେଡ୍‌-ଡି ସ୍ତରକୁ ଖସିଯାଇଛି । ଜଳର ମାନ ଏ ଓ ବି ଗ୍ରେଡ୍‌ ଥିଲେ ଏହା ପାନୀୟ ଯୋଗ୍ୟ ହେବ, ଜଳସେଚନ ଓ କଳ କାରଖାନାରେ ବ୍ୟବହାର କରାଯାଇ ପାରିବ । ସି-ଗ୍ରେଡ୍‌ ହେଲେ ଏହା ପାନୀୟ ପାଇଁ ଉପଯୁକ୍ତ ହେବନାହିଁ । ଜଳର ମାନ ଡି-ଗ୍ରେଡ ହୋଇଥିଲେ, ଏହା କେବଳ ଜଳସେଚନରେ ବ୍ୟବହାର କରାଯାଇପାରିବ । ଯଦି ଇ-ଗ୍ରେଡ୍‌ ହୋଇଯିବ, ତେବେ ଭଲଭାବେ ବିଶୋଧନ କରାଯିବା ପରେ ହିଁ ବ୍ୟବହାର ହୋଇପାରିବ । ତେଣୁ ମହାନଦୀ ପାଣି କେତେ ପରିମାଣର ଦୂଷିତ ହେଲାଣି, ଏଥିରୁ ଅନୁମାନ କରିହେଉଛି । ଯଦି ସରକାର ଶୀଘ୍ର ଏ ନେଇ ପଦକ୍ଷେପ ନେବେନାହିଁ, ତେବେ ପୂରା ବିଷାକ୍ତ ହୋଇଯିବ ମହାନଦୀ । ମହାନଦୀ ପାଣି ପାଇଁ ଯେଉଁ ଲଢେ଼ଇ •ଲିଛି, ତାହା ବି ମୂଲ୍ୟହୀନ ହୋଇପଡ଼ିବ ।

Leave A Reply

Your email address will not be published.