ରାୟଗଡ଼, : ରାୟଗଡ ଜିଲ୍ଲାବାସୀଙ୍କ ରହିଥିବା ବିଭିନ୍ନ ପେନସନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ରାୟଗଡରେ ଏକ ପେନସନ ଅଦାଲତ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ତଥା ସାଧାରଣ ପ୍ରଶାସନର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ପେନସନ ମଞ୍ଜୁରୀ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା । ଜିଲ୍ଲାର ୨୧୦ ବିଚାରାଧୀନ ପେନସନଙ୍କ ଉପରେ ସମୀକ୍ଷା ହୋଇଥିବା ସେ କହିଛନ୍ତି । ତୁରନ୍ତ ନିଷ୍ପତ୍ତି ନେବାକୁ ମଞ୍ଜୁରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି । ଏହି ପେନସନ ଅଦାଲତରେ ଜିଲ୍ଲାର ୫୦ଟି ପେନସନଧାରୀଙ୍କ ସହ ଆଲୋଚନା କରାଯାଇଛି । ଅବସର ଦିନ ଫାଇନାଲ ପେନସନ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଅଯଥା ବିଳମ୍ବ ନକରି ମଞ୍ଜୁରୀ କରିବାକୁ ଅଧିକାରୀମାନଙ୍କୁ କହିଥିଲେ । ଯେଉଁମାନଙ୍କ ନାଁରେ ବିଭିନ୍ନ କେସ ରହିଛି ସେମାନଙ୍କ ଅବସର ପୂର୍ବରୁ ସମାଧାନ କରାଯାଇ ଫାଇନାଲ ପେନସନ ଦେବାକୁ ଚେଷ୍ଟା କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସାଧାରଣ ଲୋକକଙ୍କ ଆପତ୍ତି ଓ ଅଭିଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ପେନସନ ଅଭିଯୋଗ ନିର୍ଦ୍ଦେଶକ ନିହାର ରଞ୍ଜନ ଦାଶ, ପ୍ରଧାନ ଲେଖା ପାଳଙ୍କ କାର୍ଯ୍ୟାଳୟର ସଞ୍ଜୟ କୁମାର, ଉପ ଲେଖାପାଳ, ରଶ୍ମୀ ରଞ୍ଜନ ସାହୁ, ଓ ଅସିତ କୁମାର ପାଣି, ଅଧିକାରୀମାନେ ଅଭିଯୋଗ ମିଳିତ ଜନ ଶୁଣାଣିରେ କିଭଳି ସାମଧାନ କରାଯାଉଛି ଏବଂ ଆଇନଗତ ବାଧକ ପାଇଁ ସମାଧାନ ହୋଇ ପାରୁନଥିବା ଆଦି ବିଭିନ୍ନ କେଶର ସମୀକ୍ଷା କରାଯାଇଥିଲା । ଲୋକଙ୍କ ଅଭିଯୋଗ ଜନ ଶୁଣାଣିରେ ସମାଧାନ କରାଯିବା ନେଇ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ରାୟଗଡ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣନଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ଼ ରମେଶ କୁମାର ଜେନା, ଖଣ୍ଡିୟ ବନ ଅଧିକାରୀ ସଚିନ ଆନ୍ନା ସାହେବ ଓହଲେ, ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ । ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।