ବାହୁଡ଼ିବେ ମହାବାହୁ, ରଥହେଲା ଦକ୍ଷିଣ ମୋଡ

0 119

ପୁରୀ, : ଆସନ୍ତା ୫ ତାରିଖରେ ବାହୁଡ଼ାଯାତ୍ରା । ନବଦିନ ଯାତ୍ରା ଶେଷ କରି ଶ୍ରୀମନ୍ଦିରର ରତ୍ନ ବେଦୀକୁ ଫେରିବେ ଦାରୁ ବିଗ୍ରହ । ଏଥିପାଇଁ ଆରମ୍ଭ ହୋଇଛି ବାହୁଡ଼ାଯାତ୍ରା ପ୍ରସ୍ତୁତି । ବୁଧବାର ଘୋଷଯାତ୍ରାର ଷଷ୍ଠ ଦିବସରେ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଛି । ମଙ୍ଗଳବାର ରାତି ୩ଟା ୫୫ରେ ଗୁଣ୍ଡିଚା ମନ୍ଦିରରେ ହୋଇଥିଲା ମହାପ୍ରଭୁଙ୍କ ରାତ୍ର ପହୁଡ଼ୟଭୋର ୭ଟା ୫ରେ ଗୁଣ୍ଡିଚା ମନ୍ଦିର ଦ୍ୱାର ଫିଟିଥିଲା । ଭିତର ଶୋଧ ପରେ ସକାଳ ୭ଟା ୫୫ରେ ହୋଇଥିଲା ସନ୍ଧ୍ୟା ଆଳତି । ମହାପ୍ରଭୁଙ୍କ ଆନ୍ୟ ପାରମ୍ପାରିକ ନୀତି ପରେ ଦିନ ୧୧ଟା ୫୫ ସୁଦ୍ଧା ଗୋପାଳ ବଲ୍ଲଭ ଶେଷ ଶେଷ ହେବା ପରେ ଦିନ ୨ଟାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ରଥର ଦକ୍ଷିଣ ମୋଡ଼ କରଯାଇଥିଲା । ପରମ୍ପରା ଅନୁଯାୟୀ ସେବାୟତ ଓ ପୋଲିସ କର୍ମଚାରୀଙ୍କ ସହାୟତାରେ ବୁଧବାର ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଦକ୍ଷିଣମୋଡ଼ କରାଯାଇଥିଲା । ପରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ କରାଯାଇଥିଲା । ତେବେ ସଂଧ୍ୟା ହୋଇଯିବା ସହ ବର୍ଷା କାରଣରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବୁଧବାର ଦକ୍ଷିଣ ମୋଡ ହୋଇ ପାରିନାହିଁ । ଗୁରୁବାର ସକାଳ ୯ଟାରେ ଏହି ନନ୍ଦିଘୋଷ ଦକ୍ଷିଣ ମୋଡ ପାଇଁ ରଥ ଟଣା ଆରମ୍ଭ ହେବ ବୋଲି ପ୍ରଶାସନ
ପକ୍ଷରୁ ସୂଚନା ଦିଆଯାଉଛି । ରଥ ଦକ୍ଷିଣ ମୋଡ଼ ହେବା ଲାଗି ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ପରିସ୍କାର କରାଯାଇ ସେଠାରେ ପୂର୍ବରୁ ବାଲି ପଡ଼ିଥିଲା । ରଥ ଗୁଡ଼ିକର ଦକ୍ଷିଣମୋଡ଼ ପୂର୍ବରୁ ଶ୍ରୀମନ୍ଦିର ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ୩ ରଥର ଯାଞ୍ଚ କରାଯାଇଥିଲା । ରଥଯାତ୍ରା ପରଠାରୁ ତିନିରଥ ଉତ୍ତରମୁହାଁ ହୋଇରହିଥିଲେ । ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ୱରୂପ ତିନିରଥକୁ ଦକ୍ଷିଣମୋଡ଼ କରାଯାଇ ସୁସଜ୍ଜିତ କରି ରଖାଯିବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୂତି କରାଯାଇଛି ।

Leave A Reply

Your email address will not be published.