ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

The High Court expressed displeasure on the issue of Natmandap repair

0 195

କଟକ, : ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଅବହେଳାକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱବ ସର୍ବେକ୍ଷଣ ସ୍ଥସ୍ଥା (ଏଏସ୍‌ଆଇ) ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳବାର ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ୨୦୧୭ରୁ ଏଏସ୍‌ଆଇ କ’ଣ କରୁଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନ ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ହାଇକୋର୍ଟ କହିଛନ୍ତି । ବିଭିନ୍ନ ବାହାନା ଦର୍ଶାଇ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ମୁଲତବି ହୋଇ •ଲିଛି । ଅନ୍ୟପଟେ କିନ୍ତୁ ଏହି ପ୍ରସଙ୍ଗ ମାଡ୍ରାସ ଆଇଆଇଟିକୁ ହସ୍ତାନ୍ତର କରାଯାଇଛି ଏବଂ ଏପରି ଅବହେଳା ସେମାନଙ୍କ ପକ୍ଷରୁ ହୋଇଛି ବୋଲି ଏଏସ୍‌ଆଇ ଦର୍ଶାଇଛି । ହାଇକୋର୍ଟ କହିଛନ୍ତି ଯେ ୨୦୧୭ରେ ଏହି କାର୍ଯ୍ୟ ଏଏସ୍‌ଆଇ ହାତକୁ ନେଇଥିବା ବେଳେ •ରି ମାସ ଭିତରେ କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶ୍ରୁ୍‌ତି ଦେଇଥିଲା । କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ନାଟମଣ୍ଡପ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନାହିଁ ସେ ନେଇ ସ୍ପଷ୍ଟୀକରଣ ଦେବାକୁ ଏଏସଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । କାର୍ଯ୍ୟକାରୀ ମୁଖ୍ୟ ବି•ରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମଏସରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଷେକ ଦାସଙ୍କ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ମାମଲାର ଶୁଣାଣି ସମୟରେ ନାଟମଣ୍ଡପ ମରାମତି କାର୍ଯ୍ୟରେ ବିଳମ୍ବ ନେଇ ଅଭିଯୋଗ ହୋଇଥିଲା । ଆମିକସ୍‌ କ୍ୟୁରି ନାଟମଣ୍ଡପର ମରାମତି ପ୍ରସଙ୍ଗରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଥିଲେ । ଏଏସ୍‌ଆଇ ଓ ମାଡ୍ରାସ ଆଇଆଇଟିର ନିଷ୍କ୍ରିୟତା ଯୋଗୁ ଏହି କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁ ନାହିଁ ବୋଲି ଆମିକସ୍‌ କ୍ୟୁରି ଦର୍ଶାଇବା ସହିତ ଚିନ୍ତାବ୍ୟକ୍ତ କରିଥିଲେ । କେଉଁ ପରିସ୍ଥିତିରେ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ନାଟମଣ୍ଡପ ମରାମତି କାର୍ଯ୍ୟ ଶେଷ ହୋଇ ନାହିଁ ସେ ନେଇ ସ୍ପଷ୍ଟ କରିବାକୁ ଶୁଣାଣି ସମୟରେ ଉପସ୍ଥିତ ଥିବା ଏଏସ୍‌ଆଇ ପୁରୀ ସର୍କଲ ସୁପରିନ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡକ୍ଟର ଡିବିଗଡ଼ନାୟକଙ୍କୁ ହାଇକୋର୍ଟ କହିଥିଲେ । କିନ୍ତୁ ଶ୍ରୀ ଗଡ଼ନାୟକ ଏହି ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ହାଇକୋର୍ଟରେ ଦାଖଲ ଆମିକସ୍‌ କ୍ୟୁରିଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ନାଟମଣ୍ଡପର ଫାଟି ଯାଇଥିବା ବିମ୍‌ ମରାମତି ପ୍ରସଙ୍ଗରେ ପୂର୍ବରୁ ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ସେ ଆଲୋଚନା କରିଥିଲେ । ୨୦୧୮, ଅଗଷ୍ଟରୁ ଏହି ପ୍ରସଙ୍ଗ ବି•ରାଧୀନ ରହିଛି । ନାଟମଣ୍ଡପ ମରାମତି କାର୍ଯ୍ୟକୁ ଗୁରୁତ୍ୱର ସହିତ ନିଆଯିବ ବୋଲି ଏଏସ୍‌ଆଇ ଡିଜି ପ୍ରତିଶ୍ରୁତି ଦେଇଥିଲେ । ନାଟମଣ୍ଡପ ଫଟା ବିମର ମରାମତି ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ଅଗଷ୍ଟ ୧୧ରେ ଆମିକସ୍‌ କ୍ୟୁରିଙ୍କ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରାଯାଇଥିଲା । ଆର୍‌ଆଣ୍ଡବି ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଗତ ଜୁନରେ ନାଟ ମଣ୍ଡପର ଫଟା ବିମ୍‌ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ନାଟ ମଣ୍ଡପର ଉଭୟ ପଟ ମଧ୍ୟରେ ଏହି ବିମ୍‌ କାତ୍ତିଲିଭର୍‌ ଭାବେ କାର୍ଯ୍ୟ କରୁଥିବାରୁ ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଏହାପରେ ଅକ୍ଟୋବର ୧୫ ସୁଦ୍ଧା ନାଟମଣ୍ଡପ ଫଟା ବିମ୍‌ ମରାମତି ଡିଜାଇନ୍‌ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ଗତ ସେପ୍ଟେମ୍ବର ୧୮ରେ ନିର୍ଦ୍ଦେଶ ଦେଇଥିଲେ

Leave A Reply

Your email address will not be published.