ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

Chief Minister's reaction after returning from Delhi visit

0 62

ଭୁବନେଶ୍ୱର, ୧୩ା୭ : ଦିଲ୍ଲୀ ଗସ୍ତରୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତାଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଯୋଗ ଦେଲି । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପି ସଙ୍ଗଠନ ମହାମନ୍ତ୍ରୀଙ୍କ ସହ ଆଲୋଚନା ହେଲା । ଭିଜନ ଡକୁମେଣ୍ଟ ୨୦୩୬ ଓ ୨୦୪୭ ପ୍ରଦାନ କଲି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ବିଷୟରେ ଆଲୋଚନା ହେଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ବଡ଼ ପ୍ରକଳ୍ପ ଗୁଡ଼ିକ ବିଷୟରେ ୩୫ ମିନିଟ ଆଲୋଚନା ହେଲା । ସେହି ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହେଲା । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଭଲ ପାଉଛନ୍ତି । ଆଲୋଚନା ସଫଳ ହୋଇଛି । ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗକୁ ଯିବ । ବାଲେଶ୍ୱର ଘଟଣାକୁ ଗୁରୁତର ଭାବେ ନିଆଯାଇଛି । ସରକାରଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଏମ୍ସ ଯାଇ ଛାତ୍ରୀଙ୍କ ଚିକିତ୍ସା ଅନୁଧ୍ୟାନ କରିବ ଏବଂ କେଉଁ କାରଣରୁ ଏଭଳି ଘଟଣା ଘଟିଲା, ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କମିଟି ଗଠନ ହୋଇଛି । ରିପୋର୍ଟ ଆସିଲେ କାର୍ଯ୍ୟନୁଷ୍ଠାନ ନିଆଯିବ । ଆଗାମୀ ଦିନରେ ଏଭଳି ଘଟଣା କୌଣସି ଶିକ୍ଷାନୁଷ୍ଠାନରେ ନଘଟୁ ସେଥିପାଇଁ ସ୍ୱତନ୍ତ୍ର ଭାବରେ ସରକାର ପ୍ରସଙ୍ଗକୁ ଗୁରୁତର ଭାବେ ନେଇଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ କରି ଯେମିତି ଆଗୁଆ ପଦକ୍ଷେପ ନେଇ ହେବ ତା ଉପରେ ଗୁରୁତ୍ୱ ଦେବେ ସରକାର ।

Leave A Reply

Your email address will not be published.