ତେଣ୍ଡାପାଳି ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ।

0 174
ଧର୍ମଗଡ଼ : ରାଜ୍ୟରେ ବିଜେପି ସରକାର ଙ୍କ ଶାସନ କୁ ୧ ବର୍ଷ  ପୂରଣ ହୋଇଥିବା ବେଳେ ଏହି ବର୍ଷେ ମଧ୍ୟରେ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ  ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟ ରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଓ ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ରଥ ର ଶୁଭାରମ୍ଭ ହୋଇଛି। ଧର୍ମଗଡ଼ ବ୍ଲକ  ତେଣ୍ଡାପାଳି ପଞ୍ଚାୟତ ର ସାନ କେନ୍ଦୁଗୁଡା ଗ୍ରାମ ରେ ଏହି ରଥ ଆଜି ପହଞ୍ଚିଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଗୌଲୋଚନ ଗୋପାଳ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଡ଼ିଓ ସଦାନନ୍ଦ ନାୟକ, ମୁଖ୍ୟ ବକ୍ତା ଭାବେ ବିଜେପି ମଣ୍ଡଳ ସଭାପତି ଅଜୟ ମେହେରା,ସମ୍ମାନିତ ଅତିଥି ଭାବେ ଉପ ସଭାପତି ଘନଶ୍ୟାମ ପଟେଲ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼,ବ୍ଲକ ଜିପିଡ଼ିଓ ଦେବୀ ପ୍ରସାଦ ମେହେର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଦମୟନ୍ତି ନାଏକ,ସିପି ସୌମେନ୍ଦ୍ର ମୁଣ୍ଡ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ଏହାର କାର୍ଯ୍ୟକାରିତା ଉପରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ଆବାସ ଘର କାର୍ଯ୍ୟାଦେଶ, ନୂତନ ରାସନ କାର୍ଡ଼,ବୟୋ ବନ୍ଦନା କାର୍ଡ, ନିର୍ମାଣ ଶ୍ରମିକ ଶ୍ରମ କାର୍ଡ,ଭତ୍ତା କାର୍ଡ,ସ୍ୱାସ୍ଥ୍ୟ କାର୍ଡ଼  ଆଦି ଉପସ୍ଥିତ ଅତିଥିମାନେ ବଣ୍ଟନ କରିଥିଲେ। ପଞ୍ଚାୟତ କାର୍ଯ୍ୟ ର ନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ,ଏଡିଇଓ ଦିଶାନ୍ତ ବାଗ, ଯୋଗାଣ ସହାୟିକା କିରଣ ସିଂ ଗୋପାଳ ସମେତ ପଞ୍ଚାୟତ କର୍ମଚାରୀ ଓ ମିଶନ ଶକ୍ତି ଅଧିନସ୍ଥ ମହିଳା କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Leave A Reply

Your email address will not be published.