ନୂଆଦିଲ୍ଲୀ ,୨୬ା୧୧: ମାସିକ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ୍ ପେମେଣ୍ଟ କରୁଛନ୍ତି । ଏକଥା ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ । ସେ ଲୋକମାନଙ୍କୁ ମାସେ ପର୍ଯ୍ୟନ୍ତ କେବଳ ୟୁପିଆଇ କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ମାଧ୍ୟମରେ ହିଁ ଟଙ୍କା ପ୍ରଦାନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଭାରତରେ ଡିଜିଟାଲ ବିପ୍ଳବ ଏହାକୁ ସମ୍ଭବ କରିସାରିଛି । ସେହିପରି ୧୦୭ତମ ସଂସ୍କରଣରେ ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟ ଛଉ କଥା ଉଠାଇଛନ୍ତି । ସେ କହିଛନ୍ତି ଯେ, ‘ଗାଁ ଗାଁରେ ହେଉଥିବା ମେଳା ଭଳି ଆମର ଏଠି ବିଭିନ୍ନ ନୃତ୍ୟର ମଧ୍ୟ ନିଜର ଐତିହ୍ୟ ରହିଛି । ଝାଡ଼ଖଣ୍ଡ, ଓଡ଼ିଶା, ବଙ୍ଗଳାର ଆଦିବାସୀବହୁଳ ଅଞ୍ଚଳରେ ଏକ ବହୁତ ପ୍ରସିଦ୍ଧ ନୃତ୍ୟ ଅଛି,ଯାହାକୁ ଛଉ ବୋଲି କୁହାଯାଏ । ୧୫ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ “ଏକ୍ ଭାରତ ଶ୍ରେଷ୍ଠ୍ ଭାରତ”ର ଭାବନା ସହିତ ଶ୍ରୀନଗରରେ ଛଉ ପର୍ବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତେ ଛଉ ନୃତ୍ୟକୁ ଉପଭୋଗ କରିଥିଲେ । ଶ୍ରୀନଗରର ଯୁବପିଢ଼ିଙ୍କୁ ଛଉ ନୃତ୍ୟର ତାଲିମ ଦେବାପାଇଁ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥିଲା । ସେହିପରି କିଛି ସପ୍ତାହ ତଳେ କଠୁଆ ଜିଲ୍ଲାରେ “ବସୋହଲି ଉତ୍ସବ” ଆୟୋଜିତ ହୋଇଥିଲା । ଏହି ସ୍ଥାନଟି ଜାମ୍ମୁଠାରୁ ଦେଢ଼ ଶହ କିଲୋମିଟର ଦୂର । ଏହି ଉତ୍ସବରେ ସ୍ଥାନୀୟ କଳା, ଲୋକନୃତ୍ୟ ଓ ପାରମ୍ପରିକ ରାମଲୀଳାର ଆୟୋଜନ କରାଯାଇଥିଲା ।