ଭୁବନେଶ୍ୱର, : ଟାଟା ଷ୍ଟିଲ୍ କଳିଙ୍ଗନଗର ରାଜ୍ୟର ନିରନ୍ତର ଶିଳ୍ପ ଅଭିବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଓ ଗୋଷ୍ଠୀ ବିକାଶର ଏକ ପରିବର୍ତ୍ତନଶୀଳ କାହାଣୀ । ନଭେମ୍ବର ୧୮ ହେଉଛି କଳିଙ୍ଗନ ଗରରେ ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ପ୍ଲାଣ୍ଟ ମାଧ୍ୟମରେ ସ୍ୱଚ୍ଛ ଇସ୍ପାତ ଉତ୍ପାଦନ ହାସଲ କରାଯାଇଛି ଯାହା ଉଚ୍ଚ ଗୁଣାତ୍ମକ । ଟାଟା ଷ୍ଟିଲ୍ କଳିଙ୍ଗ ନଗରରେ ଡିଜିଟାଲ ରୂପାନ୍ତରଣ ଯାତ୍ରା କୌଣସି ବିପ୍୍ଳବ ଠାରୁ କମ୍ ନୁହେଁ, ଯେଉଁଥିରେ ପ୍ଲାଣ୍ଟ ଉନ୍ନତ ପରିଚାଳନା ଦକ୍ଷତା ଏବଂ ପରିବେଶ ଦାୟିତ୍ୱ ଦିଗରେ ପ୍ଲାଣ୍ଟ- ୨ ଯାହା କ୍ଷମତାକୁ ୧.୫ ଏମଏନଟିପିଏ ବଢାଇବ ଯେଉଁଥିରେ ଜିରୋ-ଲିକ୍ୱିଡ୍ ଡିସଚାର୍ଜ (ଜେଡଏଲଡି) ବର୍ଜ୍ୟବସ୍ତୁ ବିଶୋଧନ ବ୍ୟବସ୍ଥା ଏବଂ ୧୦୦% ଶୁଖିଲା ନିଷ୍କାସନ ଭଳି ବ୍ୟାପକ ସୁବିଧା ସୁଯୋଗ ସମ୍ବଳର ଦକ୍ଷ ଉପଯୋଗ ଏବଂ ପରିବେଶ ପ୍ରଭାବକୁ ପ୍ରଶମନକୁ ସୁନିଶ୍ଚିତ କରୁଛି । ୫,୮୭୦ ମି.ମି.ର ଉପଯୋଗୀ ଭଲ୍ୟୁମ୍ ସହିତ ବ୍ଲାଷ୍ଟ ଫର୍ଣ୍ଣେସ୍-୨ ହେଉଛି ଦ୍ୱିତୀୟ ବୃହତମ ବ୍ଲାଷ୍ଟ ଫର୍ଣ୍ଣେସ ଯାହା ପରିବେଶ ଅନୁକୂଳ ଡିଜାଇନ୍ ଏବଂ ପରିଚାଳନା ଦକ୍ଷତାର ଶୀର୍ଷତାକୁ ପ୍ରତିଫଳିତ କରୁଛି ଏବଂ ଏଥିରେ ଏକ ଶୁଖିଲା ପ୍ରକାରର ଗ୍ୟାସ୍ ସଫେଇ କାରଖାନା, ଶୀର୍ଷ ଦହନ ପ୍ରକାର ଷ୍ଟୋଭ୍ ଏବଂ ଏକ ଦୃଢ଼ ଧୂଳି ନିଷ୍କାସନ ବ୍ୟବସ୍ଥା ରହିଛି ଯାହା ପରିବେଶ ପରିଚାଳନା ଏବଂ ସ୍ଥାୟୀ ଉତ୍ପାଦନ ଅଭ୍ୟାସ ପ୍ରତି ପ୍ରତି ପ୍ଲାଣ୍ଟର ପ୍ରତିବଦ୍ଧତାକୁ ଦର୍ଶାଉଛି । ଦ୍ୱିତୀୟ ପର୍ଯ୍ୟାୟ ଟାଟା ଷ୍ଟିଲ୍ କଳିଙ୍ଗନଗରର ବୈଷୟିକ ଦକ୍ଷତା ଏବଂ ଗ୍ରାହକଙ୍କୁ ଉନ୍ନତମାନର, ମୂଲ୍ୟ ଯୁକ୍ତ ଉତ୍ପାଦ ପ୍ରଦାନ ପାଇଁ ପ୍ରତିବଦ୍ଧତାର ପ୍ରମାଣ ଭାବେ ଉଭା ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ଯଥା ସଲିଡ୍ଷ୍ଟେଟ୍ ଅଟୋମେଟିକ୍ ଲେଜର ୱେଲ୍ଡର ସ୍ୱୟଂଚାଳିତ ଷ୍ଟୋରେଜ୍ ଏବଂ ପୁନରୁଦ୍ଧାର ପ୍ରଣାଳୀ ଏବଂ ଉନ୍ନତ ଭୂପୃଷ୍ଠ ନିରୀକ୍ଷଣ ପ୍ରଣାଳୀରେ ସଜ୍ଜିତ କୋଲ୍ଡ ରୋଲିଂ ମିଲ୍ ସଠିକତା, ଗୁଣବତା ନିୟନ୍ତ୍ରଣ ଏବଂ ବୈଷୟିକ ଅଭିନବତା ପ୍ରତି ପ୍ଲାଣ୍ଟର ସମର୍ପଣକୁ
ପ୍ରତିଫଳିତ କରୁଛି । ଟାଟା ଷ୍ଟିଲ କଳିଙ୍ଗନଗର ଓଡ଼ିଶାକୁ ଏକ ଶିଳ୍ପ ଶକ୍ତି ରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ସ୍ଥାନୀୟ ବାସିନ୍ଦାକୁ ସହଯୋଗ କରିବା ପାଇଁ ମଧ୍ୟ ଏହା ସମର୍ପିତ । ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହା ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ମହିଳା ସଶକ୍ତୀକରଣ, ଭୂମିହୀନ କୃଷକଙ୍କୁ ସହାୟତା, ସ୍ୱାସ୍ଥ୍ୟସେବା
ଯୋଗାଇବା ସହ ପରିମଳ, ଶିକ୍ଷା, ଦକ୍ଷତା ବିକାଶ ଓ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ଜାରି ରହିଛି ।
ଟାଟା ଷ୍ଟିଲ କଳିଙ୍ଗନଗର ପରିଚାଳନାର ଉଲ୍ଲେଖନୀୟ ୮ ବର୍ଷ ପୂରଣ
Completion of 8 remarkable years of Tata Steel Kalinganagar management
Prev Post
Next Post